NEET ପେପର ଲିକ ମାମଲା, ଗିରଫ ହେଲେ ଆଉ ୫ ଅଭିଯୁକ୍ତ
NEET UG ପେପର୍ ଲିକ୍ ମାମଲାକୁ ନେଇ ବଢୁଛି ବିବାଦ ।ଏହାକୁ ନେଇ ଚାରିଆଡେ ଜୋରଦାର ବିରୋଧ ଜାରି ରହିଛି। ଏହାରି ଭିତରେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗରିଫ କରିଛି।

ଝାରଖଣ୍ଡର ଦେଓଘର ଅଞ୍ଚଳରୁ ପେପର୍ ଲିକ୍ ମାମଲରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ମାମଲାରେ ଅନ୍ୟ ୧୦ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ଇଓଡବ୍ଲୁ ଦେଓଘରର ସିଣ୍ଟୁ କୁମାର, ରାଞ୍ଚି ସ୍ଥିତ କଙ୍କେରରେ ରହୁଥିବା ଅଭିଷେକ କୁମାର ଏବଂ ତାଙ୍କ ବାପା ଅଓ୍ୱଧେଶଙ୍କ ସମେତ ସମସ୍ତିପୁରର ଅନୁରାଗ ଯାଦବ, ଦାନପୁର ପାଟନାର ଆୟୁଷ କୁମାର, ଗାୟାର ଶିବାନନ୍ଦ କୁମାରଙ୍କୁ ଗିରଫ କରିଛି। ପେପର ଲିକ୍ର ମାଷ୍ଟର ମାଇଣ୍ଡ ସହ ଏମାନଙ୍କ ଲିଙ୍କ ଥିବା ଇଓଡବ୍ଲୁ ସନ୍ଦେହ କରୁଛି। ଏମାନଙ୍କୁ ପଚରାଉଚରା ଜରି ରହିଛି।
ସେପଟେ ତଦନ୍ତ ପରେ ହଜାରିବାଗ ସେଣ୍ଟରରୁ ପ୍ରଥମେ ନିଟ୍ ପେପର୍ ଲିକ୍ ହୋଇଥିବା ନେଇ ଖୁଲାସା ହୋଇଛି। ସୂଚନା ଅନୁସାରେ ପାଟନାରୁ ଉଦ୍ଧାର ହୋଇଥିବା ପୋଡା ପ୍ରଶ୍ନପତ୍ର ବୁକଲେଟକୁ ଆଧାର କରି ହାଜରିବାଗର ସେଣ୍ଟରରୁ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଜଣାପଡିଛି।
NEET ପେପର ଲିକ୍ ଅଭିଯୁକ୍ତ ସିକନ୍ଦର ଯାଦବେନ୍ଦ୍ର ସ୍ୱୀକାର କରିଛନ୍ତି ଯେ ସେ ଅମିତ ଆନନ୍ଦ ଏବଂ ନୀତୀଶ କୁମାରଙ୍କ ଠାରୁ ୩୦ ରୁ ୩୨ ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର କିଣିଛନ୍ତି। ତା'ପରେ ସେ ଏହି ପ୍ରଶ୍ନ ପତ୍ରକୁ ସମସ୍ତିପୁରର ଅନୁରାଗ ଯାଦବ, ଦାନପୁର ପାଟନାର ଆୟୁଷ କୁମାର, ଗାୟାର ଶିବନନ୍ଦନ କୁମାର ଏବଂ ରାଞ୍ଚିର ଅଭିଷେକ କୁମାରଙ୍କୁ ୪୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ପାଟନାର ରାମକୃଷ୍ଣ ନଗରରେ ନିଟ୍ ପରୀକ୍ଷାର ଦିନକ ପୂର୍ବରୁ ମେ' ୪ ତାରିଖରେ ଏହି ୪ ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିଲା।












Click it and Unblock the Notifications