NEET ପ୍ରଶ୍ନପତ୍ର ଲିକ୍ ମାମଲା: ଆକ୍ସନ ମୋଡରେ CBI, ଆଉ ୨ ଅଭିଯୁକ୍ତ ଗିରଫ
NEET Paper Leak Case: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ସିବିଆଇ ଟିମ୍ ମଙ୍ଗଳବାର (ଜୁଲାଇ 16) ଏହି ମାମଲା ସହ ଜଡିତ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିହାର ରାଜଧାନୀ ପଟନା ଏବଂ ହଜାରିବାଗରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି ।
ସିବିଆଇ ଅନୁଯାୟୀ, ପାଟନାରୁ ଗିରଫ ପଙ୍କଜ ସିଂ ଟ୍ରଙ୍କରରୁ ପ୍ରଶ୍ନପତ୍ର ଚୋରି କରିଥିଲେ ଯାହା ପରେ ଏହା ଲିକ୍ ହୋଇଥିଲା। ଅଭିଯୁକ୍ତ ପଙ୍କଜ ସିଭିଲ ଇଞ୍ଜିନିୟରିଂ କରିଛନ୍ତି। ସେପଟେ ତାଙ୍କ ସହଯୋଗୀ ରାଜୁ ସିଂହଙ୍କୁ ମଧ୍ୟ ଗରିଫ କରାଯାଇଛି । ରାଜୁ ଲିକ୍ ହୋଇଥିବା କାଗଜ ବଣ୍ଟନ କରିଥିବା ଅଭିଯୋଗ ହୋଇଛି।

ପଙ୍କଜ କୁମାର ଜଣେ ସିଭିଲ୍ ଇଞ୍ଜିନିୟର । ସେ ଜାନସଦପୁର ଏନଆଇଟିରୁ 2017ରେ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ପଙ୍କଜ ପ୍ରଶ୍ନପତ୍ର ଚୋରି କରିବା ପରେ ରାଜୁଙ୍କୁ ଦେଇଥିଲେ । ଯାହା ପରେ ରାଜୁ ଏହାକୁ ଲୋକଙ୍କ ମଧ୍ୟ ବାଣ୍ଟିଥିବା ନେଇ ଅଭିଯୋଗ ହୋଇଥିଲା ।












Click it and Unblock the Notifications