ନିଟ୍ ପେପର ଲିକ୍ ଘଟଣା: ବିହାରରୁ ୨ ଜଣଙ୍କୁ ଗିରଫ କଲା CBI
NEET-NET Paper Leak Row: ନିଟ୍ ପେପର ଲିକ୍ ଘଟଣାରେ ପ୍ରଥମ ଥର ବିବାହର ପାଟଣାରୁ ୨ ଜଣଙ୍କୁ ଗିରଫ କରିଛି CBI । ଗିରଫ ଦୁଇ ଅଭିଯୁକ୍ତ ହେଲେ ମନୀଷ କୁମାର ଏବଂ ଆଶୁତୋଷ କୁମାର । ସୂଚନା ଅନୁସାରେ ୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ ସିବିଆଇ ଉଭୟଙ୍କୁ ରିମାଣ୍ତରେ ନେଇଛି । ପ୍ରଶ୍ନ ପତ୍ର ଲିକରେ ସାମିଲ ଥିବା ଛାତ୍ରାଙ୍କ ପାଇଁ ମନୀଷ ବିହାରର ପାଟନାରେ ରୁମ ବୁକିଂ କରିଥିଲେ ।

ସୂଚନା ଅନୁସାରେ, ଅଭିଯୁକ୍ତ ମନିଷ ନିଜ ଗାଡ଼ିରେ ପରୀକ୍ଷାର୍ଥୀଙ୍କୁ ନେବା ଆଣିବା କରୁଥିଲେ ଏବଂ ପାଟନାର ଏକ ସ୍କୁଲରେ ସେମାନଙ୍କୁ ରଖିବାର ବ୍ୟବସ୍ଥା ମଧ୍ୟ ସେ କରିଥିଲେ । ଯେଉଁଠି ପିଲାଙ୍କୁ ନିଟ୍ ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଯୋଗାଇ ଦିଆଯାଉଥିଲା । ଏହାର ସୂଚନା ମିଳିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଅଭିଯୁକ୍ତ ଆଶୁତୋଷ ମଧ୍ୟ ପରୀକ୍ଷାର୍ଥୀଙ୍କୁ ନିଜ ଘରେ ରଖିଥିଲେ ।
ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସୂଚନା ମିଳିଥିଲା ଯେ, ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା ଯାହା ପରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ପରୀକ୍ଷାର୍ଥୀ । ଏହାର ଗୁରୁତ୍ୱକୁ ନଜରରେ ରଖି ଏହି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଦାୟତ୍ୱ ଦେଇଥିଲେ କେନ୍ଦ୍ର ସରକାର ।
ଆଜି ସଂସଦ ଭବନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ନେଟ୍ ପରୀକ୍ଷା ପେପର୍ ଲିକ ଯାଞ୍ଚ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଶ୍ନ ପତ୍ର ଲିକ୍ ରୋକିବା ପାଇଁ ସରକାର ଆଇନ ଆଣିଛନ୍ତି । ପରୀକ୍ଷାରେ ନିରପେକ୍ଷତା ମଧ୍ୟ ଅତ୍ୟନ୍ତ ଜରୁରୀ । ସେ ଆହୁରି କହିଛନ୍ତି ଯେ,ମୋ ସରକାର ଦେଶର ପ୍ରତ୍ୟେକ ଯୁବକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ପୂରଣ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ନିୟୋଜିତ ଅଛି












Click it and Unblock the Notifications