ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ନିଟ୍ ପରୀକ୍ଷା ପେପର୍ ଲିକ ଯାଞ୍ଚ ପାଇଁ ସରକାର ପ୍ରତିଶୃତିବଦ୍ଧ
NEET-NET Paper Leak: ସଂସଦ ଭବନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ନିଟ୍ ପରୀକ୍ଷା ପେପର୍ ଲିକ ଯାଞ୍ଚ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଶ୍ନ ପତ୍ର ଲିକ୍ ରୋକିବା ପାଇଁ ସରକାର ଆଇନ ଆଣିଛନ୍ତି । ପରୀକ୍ଷାରେ ନିରପେକ୍ଷତା ମଧ୍ୟ ଅତ୍ୟନ୍ତ ଜରୁରୀ । ସେ ଆହୁରି କହିଛନ୍ତି ଯେ,ମୋ ସରକାର ଦେଶର ପ୍ରତ୍ୟେକ ଯୁବକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ପୂରଣ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ନିୟୋଜିତ ଅଛି ।

ସେ ଆହୁରି କହିଛନ୍ତି ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି । ସରକାରଙ୍କ ଯୋଜନାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ, ଜଣେ କେହି ବି ସରକରୀ ଲାଭରୁ ବଞ୍ଚିତ ହେବେ ନାହିଁ । ରାଷ୍ଟ୍ରପତି ଆହୁରି କହିଛନ୍ତି, ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି ।
ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ସେହିପରି ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ କରାଯାଉଛି । ସେହିପରି ବଜୁଳି ବଲ୍ ଜିରୋ କରିବା ପାଇଁ ମଧ୍ୟ ଯୋଜନା ରହିଛି ।












Click it and Unblock the Notifications