ରାଜସ୍ଥାନ କୋଟାରେ ଓଡ଼ିଆ NEET ଆଶାୟୀଙ୍କ ଆତ୍ମହତ୍ୟା

କୋଟା : କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହରାଜସ୍ଥାନର ତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର ୧୮ ବର୍ଷୀୟ ଛାତ୍ର ଅଭିଜିତ୍‌ ଗିରି ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମ୍‌ ପଙ୍ଖାରେ ରଶି ଲଗାଇ ଝୁଲିପଡ଼ିଥିବା ସ୍ଥାନୀୟ ପୋଲିସ ଶୁକ୍ରବାର ସୂଚନା ଦେଇଛି।

ପୋଲିସ ସୂଚନା ମୁତାବକ ମୟୂରଭଞ୍ଜ ଜିଲା ବାସିନ୍ଦା ଅଭିଜିତ ୨୦୨୪ ଏପ୍ରିଲରୁ କୋଟାର ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏନ୍‌ଇଇଟିରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗୁରୁବାର ରାତି ୮ଟାରେ ମେସ୍‌ର ଜଣେ କର୍ମଚାରୀ ଅଭିଜିତ୍‌ଙ୍କୁ ଖାଦ୍ୟ ଦେବା ପାଇଁ ତାଙ୍କ ରୁମ୍‌କୁ ଯାଇଥିଲେ। ସେ ତାଙ୍କ ରୁମ୍‌ କବାଟ ବାଡେଇବା ପରେ ବି ତାହା ନ ଖୋଲିବାରୁ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ ସେ ଉକ୍ତ ଛାତ୍ରାବାସର ଅନ୍ୟ କେତେଜଣ ପିଲାଙ୍କ ସହ ମିଶି କବାଟକୁ ଭାଙ୍ଗିଥିଲେ। ସିଲିଂ ଫ୍ୟାନ୍‌ରେ ଅଭିଜିତ୍‌ଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର (ଏଏସ୍‌ଆଇ) ଲାଲ ସିଂ ତନଓ୍ବର ସୂଚନା ଦେଇଛନ୍ତି।

NEET aspirant found dead in hostel room
ପୋଲିସ ଟିମ୍‌ ହଷ୍ଟେଲକୁ ଯାଇ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଛାତ୍ରଙ୍କ ପରିବାର ଲୋକେ ସେଠାରେ ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ। ଅଭିଜିତ୍‌ଙ୍କ ରୁମ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ତାଙ୍କ ଆମତ୍ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ହଷ୍ଟେଲ ରୁମ୍‌ରେ ଲାଗିଥିବା ସିଲିଂ ଫ୍ୟାନ୍‌ ଆମତ୍ହତ୍ୟା ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମାନୁସାରେ ସଂଲଗ୍ନ ନ ଥିଲା ବୋଲି ତନ୍‌ଓ୍ବର କହିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+