ନିଟ୍ ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ: ହେଲେ କ'ଣ ପାଇଁ କଲେ ଆତ୍ମହତ୍ୟା ! ପୁଣି କୋଟାରେ ଜୀବନ ହାରିଲେ ଛାତ୍ର
କୋଟା: ପୁଣି କୋଟାରେ ଜୀବନ ହାରିଲେ ଛାତ୍ର । ସେ ସାଠାରେ ରହି ନିଟ୍ ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ । ହେଲେ ଗତ ରାତିରେ ଏମିତି କ'ଣ ଘଟିଯାଇଥିଲା ଯେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ମୃତ ଛାତ୍ରଙ୍କ ନାଁ ତନବୀର ଏବଂ ସେ ଉତ୍ତର ପ୍ରଦେଶର ନିବାସୀ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସେ କୌଣସି କୋଚିଂ ସଂସ୍ଥାରେ ପଢୁ ନଥିଲେ ବରଂ ସେ ସେଲ୍ଫ ଷ୍ଟଡି କରୁଥିଲେ ।
ସୂଚନା ଅନୁସାରେ, କୋଟାର କି କୁହ୍ନାଡୀ ଇଲାକାରେ ତନବୀର ନିଜ ବାପା ଏହଂ ଭଉଣୀଙ୍କ ସହୁ ରହୁଥିଲେ । ଗତ ଏକ ବର୍ଷ ହେବ ସେ କୋଟାରେ ରହି ଆସୁଥିଲେ । ସେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ହେଲେ ଗତକାଲି ରାତିରେ ସେ ନିଜ ଭଉଣୀଙ୍କୁ କହିଥିଲେ ଯେ, ସେ ପୋଷାକ ବଦଳାଇବା ପାଇଁ ରୁମକୁ ଯାଉଛନ୍ତି । ହେଲେ ଏହା ପରେ ସେ ଆଉ ଯେତେବେ ଡାକିଲେ ବି କବାଟ୍ ଖୋଲି ନଥିଲେ ।

କିଛି ସମୟ ପରେ ଘର ଲୋକ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ ହେଲେ ସେତେବେଳକୁ ତନବୀର ଫାସି ଲଗାଇ ଝୁଲି ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଆତ୍ମହତ୍ୟା କରିବା କାରଣ ସ୍ପଷ୍ଟ ହୋଇପାକି ନାହିଁ । ତେବେ କୋଟାରେ ଚଳିତ ମାସରେ ଏହା ବୋଧହୁଏ ଦ୍ୱିତୀୟ ଆତ୍ମହତ୍ୟା ଘଟଣା ।












Click it and Unblock the Notifications