Get Updates
Get notified of breaking news, exclusive insights, and must-see stories!

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା, 18 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଆଜି ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ ବା ନିଟ୍ ପରୀକ୍ଷା । ଓଡ଼ିଆ ସମେତ 13ଟି ଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ନୂଆଦିଲ୍ଲୀ: ଆଜି ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ ବା ନିଟ୍ ପରୀକ୍ଷା । ଓଡ଼ିଆ ସମେତ 13ଟି ଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଦେଶ ବାହାରେ 14ଟି କେନ୍ଦ୍ର ସହ ମୋଟ 543ଟି ସହରରେ ପରୀକ୍ଷା ହେଉଛି । ଏଥିପାଇଁ 18 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ପୂର୍ବରୁ କିଛି ଛାତ୍ରଛାତ୍ରୀ ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ଅନେକ ଦାବି କରିଥିଲେ । ଏନେଇ ଛାତ୍ରଛାତ୍ରମାନେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ମାମଲାର ଶୁଣାଣି କରି କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ ।

 NEET

NTA ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ଓ ଡ୍ରେସକୋର୍ଡ ଜାରି କରିଛନ୍ତି । ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାର୍ଥୀମାନେ ଆଧାର କାର୍ଡ ସମେତ ଏକ ପରିଚୟ ପତ୍ର ନେବା ବାଧ୍ୟତାମୂଳକ । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ, ସ୍ମାର୍ଟଓ୍ୱାଚ, କାଲକୁଲେଟର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଅନୁମତି ନାହିଁ ।

ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ନୋଟିସ:

- ସଠିକ ସମୟରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗେଟ ବନ୍ଦ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।

- ବିନା ଆଡମିଡ କାର୍ଡରେ ପରୀକ୍ଷା ହଲରେ ପ୍ରବେଶ କରିପାରିବେ ନାହିଁ ଛାତ୍ରଛାତ୍ରୀ ।

- ଅରିଜିନାଲ ପ୍ୟାନ, ଆଧାର କିମ୍ବା ଫଟୋ ପରିଚୟ ପତ୍ର ସାଙ୍ଗରେ ନେବା ଜରୁରୀ । ନଚେତ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ।

- ନିଟ୍ 2022 ବୁଲେଟିନ ଅନୁସାରେ, କୌଣସି ପରୀକ୍ଷାର୍ଥୀ ଓଏମଆର ସିଟ ନଦେଇ ପରୀକ୍ଷା ହଲ ଛାଡି ପାରିବେ ନାହିଁ । ପରୀକ୍ଷା ଦାୟିତ୍ବରେ ଥିବା ଇନଭିଜିଲେରଙ୍କୁ ଓଏମଆର ସିଟ ଦେଇ ହଲରୁ ବାହାରିବେ ସମସ୍ତ ପରୀକ୍ଷାର୍ଥୀ।

- ଏଜେନ୍ସି ଅନୁଯାୟୀ, ଅପରାହ୍ନ 1:30 ପରେ ପ୍ରାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। 1:15 ସୁଦ୍ଧା ପରୀକ୍ଷା ହଲରେ ବସିବାକୁ ଅନୁମତି ଦିଆଯିବ । ସମସ୍ତ ନିର୍ଦ୍ଦେଶାବଳୀ ଅପରାହ୍ନ 1:20 ରୁ 1:45 ପର୍ଯ୍ୟନ୍ତ ରହିବ ।

- ଯଦି ପ୍ରାର୍ଥୀମାନେ କୌଣସି ପାରମ୍ପାରିକ ପୋଷାକ ପିନ୍ଧିଛନ୍ତି, ତେବେ ଦିନ 12.30 ସୁଦ୍ଧା ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବା ଆବଶ୍ୟକ।

ଡ୍ରେସ କୋଡ୍ :
- ପରୀକ୍ଷାର୍ଥୀ ସ୍ଲିପର, ସ୍ୟାଣ୍ଡେଲ ଏବଂ ଲୋ ହିଲ୍ସ ପିନ୍ଧି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପାରିବେ । ଜୋତା ପିନ୍ଧିବା ପାଇଁ ଅନୁମତି ନାହିଁ ।

- ଲମ୍ବା ହାତ ଥିବା କୌଣସି ପୋଷାକ ପିନ୍ଧିଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

ଆଜି 3 ଘଣ୍ଟା 20 ମିନିଟର ଏହି ପ୍ରବେଶିକା ପରୀକ୍ଷା 13ଟି ଭିନ୍ନ ଭାଷାରେ କରାଯିବ । ସେଗୁଡିକ ହେଉଛି, ଉର୍ଦ୍ଦୁ, ଇଂରାଜୀ,ହିନ୍ଦୀ, ମରାଠୀ, ଆସାମିଜ୍, ଓଡିଆ, ଗୁଜୁରାଟୀ, ବଙ୍ଗଳା, ପଞ୍ଜାବୀ, ତାମିଲ, କନ୍ନଡ, ତେଲୁଗୁ ଏବଂ ମାଲାୟଲମ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+