Paris olympics 2024: ଜାଭେଲିନ ଥ୍ରୋ ଫାଇନାଲରେ ନିରଜ ଚୋପ୍ରା

ଜାଭେଲିନ ଥ୍ରୋ ଫାଇନାଲରେ ନିରଜ ଚୋପ୍ରା । ଆଜି କ୍ୱାଲିଫାୟରର ପ୍ରଥମ ଥ୍ରୋ ରେ ସେ କ୍ୱାଲିଫାୟ କରିଛନ୍ତି ।ଜାଭେଲିନ୍‌ରେ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ 2024 ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ 89.34 ମିଟର ଦୂରତାରେ ଥ୍ରୋ ପକାଇ ଦେଇଛନ୍ତି । ବର୍ତ୍ତମାନ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ତାଙ୍କର ଆଶା ବୃଦ୍ଧି ପାଇଛି ।

ନୀରଜଙ୍କ ପରେ ପାକିସ୍ତାନର ଅର୍ଶଦ ନାଦିମ ମଧ୍ୟ ପ୍ରଥମ ଥ୍ରୋରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ନାଦିମ 86.59 ମିଟରର ପ୍ରଥମ ଥ୍ରୋ ଫିଙ୍ଗିଛନ୍ତି | ଏହା ହେଉଛି ନାଦିମ ଙ୍କ ସର୍ବୋତ୍ତମ ପ୍ରଦର୍ଶନ । ଏବେ ଫାଇନାଲରେ ନାଦିମ ଏବଂ ନୀରଜଙ୍କ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ ।

ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ । ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ ।

Neeraj Chopra paris Olympics

ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ସେ ଚଳିତ ଅଲିମ୍ପିକ୍ସରେ ୯୦ ମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରରେ ବର୍ତ୍ତମାନ ନୀରଜ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୀରଜଙ୍କ ଜାଭେଲିନ ଥ୍ରୋ ଫାଇନାଲ ଆସନ୍ତା ୮ ତାରିଖରେ ହେବ ।

ନୀରଜ ଏହା ଠାରୁ ଯଥେଷ୍ଟ ଦୂରକୁ ଜାଭେଲିନ ଫିଙ୍ଗିଛନ୍ତି। ତାଙ୍କ ପରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୬.୫୯ ଦୂରତାକୁ ଜାଭେଲିନ ପକାଇଛନ୍ତି। ନୀରଜଙ୍କ ଭଳି ନଦୀମ ମଧ୍ୟ ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଛନ୍ତି ।

ନିରାଶ କଲେ ଓଡିଆ ପୁଅ କିଶୋର ଜେନା । ଫାଇନାଲ ପାଇଁ କଲେନି କ୍ଵାଲିଫାୟ । ଶ୍ରେଷ୍ଠ 80.73 ସହିତ ପୁରୁଷଙ୍କ ଜାଭେଲିନ୍ ଯୋଗ୍ୟତା ଗ୍ରୁପ୍ ଏରେ ଫିଙ୍ଗିଥିବା କିଶୋର ଜେନା ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଏକ ଫାଇନାଲରୁ ବାଦ ପଡିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+