Get Updates
Get notified of breaking news, exclusive insights, and must-see stories!

CISFର ପ୍ରଥମ ମହିଳା ମୁଖ୍ୟ ହେଲେ ନୀନା ସିଂ

ନୂଆ ଦିଲ୍ଲୀ: ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(CISF)ର ଡିଜି ନିଯୁକ୍ତ ହୋଇଛନ୍ତି । ସିଆଇଏସ୍‌ଏଫ୍ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବାରେ ପ୍ରଥମ ମହିଳା ଅଧିକାରୀ ହେଉଛନ୍ତି ନୀନା ସିଂହା ସେ ବିହାରର ମୂଳ ବାସିନ୍ଦା ଏବଂ ତାଙ୍କ ସ୍ୱାମୀ କୁମାର ସିଂହ ମଧ୍ୟ ରାଜସ୍ଥାନ କ୍ୟାଡର୍ ଆଇପିଏସ୍ ଅଧିକାରୀ ।

ନୀନା ସିଂହ ପ୍ରଥମେ ସିଆଇଏସ୍‌ଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରହିଥିଲେ ଏବଂ ଏବେ ତାଙ୍କୁ ସିଆଇଏସ୍‌ଏଫ୍‌ର ସଂପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଛି । ସିବିଆଇରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ମଧ୍ୟ ନୀନା ସିଂହ କାମ କରିଛନ୍ତି । ସିବିଆଇରେ ନିଜ କାର୍ଯ୍ୟକାଳ ସମୟରେ ସେ ବିଭିନ୍ନ ଆର୍ôଥକ ଅପରାଧ ସଂକ୍ରାନ୍ତ ହାଇପ୍ରୋଫାଇଲ ମାମଲାର ଯାଞ୍ଚ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନେଇଥିଲେ ।' ଏଥିରେ ପିଏନ୍‌ବି ଦୁର୍ନୀତି ଏବଂ ନୀରବ ମୋଦୀ ମାମଲା ମଧ୍ୟ ସାମିଲ ଥିଲା । ପ୍ରଶାସନିକ କାର୍ଯ୍ୟ ସହିତ ନୀନା ସିଂହ ମହିଳାଙ୍କ ଅଧିକାର ପାଇଁ ମଧ୍ୟ କାମ କରୁଛନ୍ତି । କରୋନା ମହାମାରୀ ସମୟରେ ସେ ରାଜସ୍ଥାନର ପ୍ରମୁଖ ଶାସନ ସଚିବ(ସ୍ୱାସ୍ଥ୍ୟ) ଦାୟିତ୍ୱ ତୁଲାଇଥିଲେ ।

Neena Singh

ମଣିପୁର-କ୍ୟାଡର ଅଧିକାରୀ ଭାବରେ ନୀନା ସିଂଙ୍କୁ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ରେ ନିଯୁକ୍ତ କରାଯାଇଥିଲା, କିନ୍ତୁ ପରେ ସେ ରାଜସ୍ଥାନ କ୍ୟାଡରକୁ ଯାଇଥିଲେ । ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ନୀନା ସିଂ ଚଳିତ ବର୍ଷ ଅଗଷ୍ଟ ୩୧ ରେ ଶିଳ୍ପବର୍ଦ୍ଧନ ସିଂଙ୍କ ଅବସର ପରେ ସିଆଇଏସଏଫ ମହାନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ ଗ୍ରହଣ କରିଥିଲେ । କାର୍ମିକ ମନ୍ତ୍ରଣାଳୟର ଏକ ଆଦେଶରେ କୁହାଯାଇଛି ଯେ କ୍ୟାବିନେଟର ନିଯୁକ୍ତି କମିଟି ନୀନା ସିଂଙ୍କୁ ଜୁଲାଇ ୩୧, ୨୦୨୪ ପର୍ଯ୍ୟନ୍ତ ସିଏସ୍‌ଏଫ୍ ର ମହାନିର୍ଦେଶକ ଭାବେ ନିଯୁକ୍ତି ଅନୁମୋଦନ କରିଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+