ବିହାରକୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ଜାଣନ୍ତୁ କାରଣ.....

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିହାର ଗସ୍ତରେ ଯାଇ ବିହାରର ପାଟନା ମେଡିକାଲ କଲେଜର ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ବିହାରର ଏହି ପବିତ୍ର ଭୂମିକୁ ମୁଁ ସମ୍ମାନର ସହ ପ୍ରଣାମ କରୁଛି। ସେ କହିଥିଲେ, ଭାରତୀୟ ଆଧ୍ୟାତ୍ମିକତାର କେନ୍ଦ୍ର ପାଲଟିଥିବା ଏହି ଭୂମି ହେଉଛି ମାତା ସୀତା, ଭଗବାନ ମହାବୀର ଏବଂ ଭଗବାନ ବୁଦ୍ଧଙ୍କ ପବିତ୍ର ସ୍ଥାନ। ବିହାର ସରକାର ସାମ୍ପ୍ରତିକ ବର୍ଷଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ପିଏମସିଏଚର ପୁନଃବିକାଶ ଯୋଜନା ମଧ୍ୟ ଏହି ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଇଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।

Need to develop more healthcare facilities in Bihar President Murmu

ସେ କହିଛନ୍ତି, ଆଜିର ଯୁଗ ହେଉଛି ଜ୍ଞାନ କୌଶଳର ଯୁଗ। ଔଷଧ କ୍ଷେତ୍ରରେ ମଧ୍ୟ ଜ୍ଞାନ କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିହାର ମାଟିରେ ତ୍ୟାଗ ଓ କରୁଣା ରହିଛି। ଦୟାର ଏହି ଭାବନାରେ ଲୋକଙ୍କ ସେବା କରିବା ପ୍ରକୃତ ଧର୍ମ ବୋଲି ରାଷ୍ଟ୍ରପତି କହିଛନ୍ତି।ରାଷ୍ଟ୍ରପତି କହିଥିଲେ ଯେ ପାଟନା ମେଡିକାଲ କଲେଜ ବିହାରର ଅମୂଲ୍ୟ ଐତିହ୍ୟ ମଧ୍ୟରୁ ଅନ୍ୟତମ। ପରମ୍ପରାକୁ ବଜାୟ ରଖି ନିରନ୍ତର ଆଧୁନିକତା ଆଡକୁ ଅଗ୍ରସର ହେବାର ଗୌରବମୟ ଇତିହାସ ଏହି ଅନୁଷ୍ଠାନର ରହିଛି ବୋଲି ରାଷ୍ଟ୍ରପତି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+