୧୮ ଘଣ୍ଟା ପରେ ୩୬ ଫୁଟ୍ ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ୨ ବର୍ଷର ଶିଶୁ
ରାଜସ୍ଥାନ: ୩୬ ଫୁଟ୍ ବୋରୱେଲକୁ ଖସି ପଡ଼ିଥିଲା ୨ ବର୍ଷର ଶିଶୁ । ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳର ଏକ ବୋରୱେଲରେ ପଡ଼ିଥିଲା ଶିଶୁ। ଉଦ୍ଧାର ପାଇଁ ଏନଡିଆରଏଫ୍ ଓ ଏସଡିଆରଏଫ୍ର ଉଦ୍ୟମ ଜାରି ରଖିଥିଲେ। ଗତକାଲି ଖେଳିବା ବେଳେ ବୋରୱେଲରେ ଗଳି ପଡ଼ିଥିଲା ଶିଶୁ । ଉଦ୍ଧାର ପାଇଁ ଗତ 18 ଘଣ୍ଟା ଧରି ଏହି ଅପରେସନ୍ ଚାଲିଥିଲା ଆଉ ଶେଷରେ ଜିତିଲା ଜୀବନ।
ବୋରୱେଲ ଭିତରୁ ଜୀବନ୍ତ ଉଦ୍ଧାର ହେଲା ୨ ବର୍ଷର ଶିଶୁ। ବୁଧବାର ସନ୍ଧ୍ୟା ୫ ଟାରେ ଖେଳୁଥିବାବେଳେ ନେରୁ ବୋରୱେଲରେ ପଡ଼ିଯାଇଥିଲେ। ଏହାପରେ ଖବର ପାଇ ପ୍ରଶାସନ, ଏସ୍ଡିଆର୍ ଓ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାଯ୍ୟ ଆରମ୍ଭ କରିଥିଲେ।

ବୋରୱେଲ ନିକଟରେ ୩୬ ଫୁଟ ଗଭୀର ଗାତ ଖୋଳା ଯାଇଥିଲା। ଉଦ୍ଧାର ପାଇଁ ଗୋଟିଏ ଏଲଏନଟି , ୪ଟି ଜେସିବି ଏବଂ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଥିଲା। ପାଇପ୍ ର ୨୦ ଫୁଟ ଟନେଲ୍ ନିର୍ମାଣ କରାଯାଇଥିଲା। ଏଥିସହ ଶିଶୁଟିର ଗତିବିଧି ଦେଖିବା ପାଇଁ ଏକ କ୍ୟାମେରା ମଧ୍ୟ ଭିତରକୁ ଛଡା ଯାଇଥିଲା। ଶେଷରେ ଦୀର୍ଘ ୧୮ ଘଣ୍ଟାର ଅପରେସନ୍ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।












Click it and Unblock the Notifications