Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରରେ ଏନଡିଏର ଐତିହାସିକ ବିଜୟ ; କିଏ ହେବ ମୁଖ୍ୟମନ୍ତ୍ରୀ ? କାଲି ବସିବ ବିଧାୟକ ଦଳ ବୈଠକ

ମହାରାଷ୍ଟ୍ରରେ ସରକାର କରିବ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ସରକାର ଗଠନ କରିବ । ହେଲେ ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏକାନଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । ଆସନ୍ତାକାଲି ବସୁଛି ବିଜେପି ବିଧାୟକ ଦଳ ବୈଠକ । ଏହି ବୈଠକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରେସରେ ଆଗରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ।

Maharashtra Assembly Election 2024

ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବିବାଦ ନ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଶନିବାର କହିଛନ୍ତି। ମହାୟୁତି ମେଣ୍ଟରେ ଥିବା ଭାଜପା, ଶିବସେନା ଏବଂ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ସୋମବାର ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଶପଥ ନେବେ। ମହାରାଷ୍ଟ୍ରବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ଏହି ସଫଳତା ପାଇଁ ଫଡ୍‌ନବିସ ଭୋଟରମାନଙ୍କୁ ବିଶେଷ କରି ମହିଳା ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମିଥ୍ୟା ପ୍ରଚାର କରି ଧର୍ମ ଆଧାରରେ ଭୋଟରମାନଙ୍କୁ ଭାଗ ଭାଗ କରିବାକୁ ବିରୋଧୀମାନେ ଚଳାଇଥିବା ଉଦ୍ୟମକୁ ରାଜ୍ୟବାସୀ ପଣ୍ଡ କରିଦେଇଛନ୍ତି। ଭୋଟରମାନଙ୍କ ସମର୍ଥନ, ଭାଜପା ଟିମ୍‌ ଏବଂ ଦଳୀୟ ନେତାମାନଙ୍କ ସହଯୋଗ ପାଇଁ ବିରୋଧୀଙ୍କ ଚକ୍ରବୂ୍ୟହକୁ ସେ ଭାଙ୍ଗିବାରେ ସଫଳ ହୋଇଥିବା ଫଡ୍‌ନବିସ କହିଛନ୍ତି। ସେ ନିଜକୁ ଆଧୁନିକ ଯୁଗର ଅଭିମନ୍ୟୁ ବୋଲି କହିବା ସହ ଚକ୍ରବୂ୍ୟହକୁ କିପରି ଭାଙ୍ଗିବାକୁ ହେବ, ତାହା ଜାଣନ୍ତି ବୋଲି କହିଛନ୍ତି। ସେହିପରି ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ପରିଚାଳିତ ଦଳ ବାସ୍ତବରେ ବାଲାସାହେବ ଠାକ୍‌ରେଙ୍କ ଶିବସେନା ବୋଲି ମହାରାଷ୍ଟ୍ର ଜନସାଧାରଣ ଦେଖାଇଦେଇଥିବା ସେ କହିଛନ୍ତି। ଫଡ୍‌ନବିସ ନାଗପୁର ଦକ୍ଷିଣପଶ୍ଚିମ ଆସନରୁ ବିଜୟୀ ହୋଇଛନ୍ତି।

ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବାବେଳେ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିବା ନିକଟରେ ସୂଚନା ଦେଇଥିଲେ। ତେବେ ଲୋକ ସଭା ନିର୍ବାଚନର ୬ ମାସ ପରେ ତାଙ୍କ ଅଙ୍କ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ତାଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ସବୁଠୁ ବଡ଼ ଝଟକା ଲାଗିଛି। ୮୭ ଆସନରେ ଏନ୍‌ସିପି (ଏସ୍‌ପି) ପ୍ରାର୍ଥୀ ଦେଇଥିବାବେଳେ ମାତ୍ର ୧୦ଟିରେ ବିଜୟୀ ହୋଇଛି। ଅର୍ଥାତ୍‌ ତାଙ୍କ ଦଳର ଭୋଟ ହାର ୧୧.୨୮ ପ୍ରତିଶତ ରହିଛି, ଯାହା ବର୍ଷୀୟାନ ନେତାଙ୍କ ଦଳର ସବୁଠୁ ଖରାପ ପ୍ରଦର୍ଶନ। ୬ ମାସ ପୂର୍ବରୁ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ପାଓ୍ବାରଙ୍କ ଦଳର ଭୋଟ ହାର ୮୦ ପ୍ରତିଶତ ରହିଥିଲା। ଏଥର ନିର୍ବାଚନରେ ତାଙ୍କ ଦଳ ଅଜିତ ପାଓ୍ବାରଙ୍କ ଗୋଷ୍ଠୀଠାରୁ ୩୧ ଆସନ ପଛରେ ରହିଛି। ଉଭୟ ଦଳ ମଧ୍ୟରେ ଅସ୍ତିତ୍ୱ ପାଇଁ ଲଢ଼େଇ ଚାଲିଥିଲା। ଏନ୍‌ସିପିରୁ ଅଜିତ ପାଓ୍ବାର ଅଲଗା ହୋଇଯିବା ପରେ ଏହା ଥିଲା ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ। ଲୋକ ସଭା ନିର୍ବାଚନରେ ଶରଦଙ୍କ ଦଳ ନିର୍ଣ୍ଣାୟକ ବିଜୟ ହାସଲ କରିଥିବାରୁ ତାଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଏନ୍‌ସିପି ବୋଲି ଦାବି କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+