ଅପରେସନ୍ ସିନ୍ଦୂର ଓ ମହାଦେବର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମ୍ମାନିତ
ସଂସଦ ଭବନରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେବାକୁ ପହଞ୍ଚିବା ପରେ ଏନଡିଏ ସାଂସଦମାନେ ତାଙ୍କୁ 'ହର ହର ମହାଦେବ' ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହା ସହ 'ଅପରେସନ ସିନ୍ଦୂର'ର ସଫଳତା ପାଇଁ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଥିଲେ ବୋଲି ଜଣାପଡ଼ିଛି।
ଏନଡିଏର ମହିଳା ସାଂସଦମାନେ ଏହି ବୈଠକର ଆଗଧାଡ଼ିରେ ବସିଥିଲେ । ମୋଦି କହିଛନ୍ତି ବିରୋଧୀ ନିଜ ଗୋଡ଼ରେ ନିଜେ କୁରାଢି ମାରିଛନ୍ତି। ଏଭଳି ବିରୋଧୀ କେଉଁଠି ମିଳିବେ ବୋଲି ବ୍ୟଙ୍ଗ କଲେ ମୋଦି। ଅଗଷ୍ଟ ୫ରେ ଆମେ ୩୭୦ ଧାରା ଉଠାଇଥିଲୁ, ଅଗଷ୍ଟ ୫ରେ ଆମେ ରାମ ମନ୍ଦିର ନିର୍ମାଣ କରିଥିଲୁ ଏବେ ନକ୍ସଲବାଦୀଙ୍କୁ ସଫା କରିବୁ କହିଲେ ପ୍ରଧାନମନ୍ତ୍ରୀ ମୋଦି।

ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପରିଜନଙ୍କ ପ୍ରତି ସମବେଦନା ବ୍ୟକ୍ତ କରାଯାଇଥିଲା । ନୂଆ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚୟ କରାଯାଇଥିଲା । ବୈଠକରେ ଅପରେସନ ସିନ୍ଦୂର ଓ ଅପରେସନ ମହାଦେବ ଉପରେ ପ୍ରସ୍ତାବ ପାରିତ ହୋଇଛି । ଏନଡିଏର ଏହି ବୈଠକ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା 7 ତାରିଖରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ବିଜେପି ନେତୃତ୍ବାଧୀନ ମେଣ୍ଟ ୨୧ ଅଗଷ୍ଟ ସୁଦ୍ଧା ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ।
୨୧ ଅଗଷ୍ଟ ନାମାଙ୍କନ ଦାଖଲର ଶେଷ ଦିନ । ସେହି ଦିନ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ସରିବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଏବେ ସଂସଦରେ ଅଚଳାବସ୍ଥା ଜାରି ରହିଥିବାରୁ ମଧ୍ୟ ଏନଡିଏର ଏହି ବୈଠକ ଗୁରୁତ୍ବପୂର୍ଣ୍ଣ। ସଂସଦରେ ହଙ୍ଗାମା କରିଥିବା ବିରୋଧୀଙ୍କ ମୁକାବିଲା ଲାଗି ବୈଠକରେ ପ୍ରସ୍ତୁତ ହୋଇପାରେ ରଣନୀତି।












Click it and Unblock the Notifications