ଆଜି NDA ର ସଂସଦୀୟ ଦଳ ବୈଠକ, ହୋଇପାରେ ବଡ ଆଲୋଚନା

ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା କାର୍ଯ୍ୟ(ଏସଆଇଆର୍‌) ଉପରେ ଆଲୋଚନା ଦାବିକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ସୋମବାର ଲୋକସଭାରେ ସରକାର ବିଭିନ୍ନ ବିଧେୟକ ଆଗତ କରିବାକୁ ଯୋଜନା କରିଥିବା ବିରୋଧୀ ସଦସ୍ୟମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ। ଲୋକସଭାରେ ଜାତୀୟ କ୍ରୀଡା ପରିଚାଳନା ବିଧେୟକ ଓ ନ୍ୟାସନାଲ ଆଣ୍ଟି ଡୋପିଙ୍ଗ (ସଂଶୋଧନ) ବିଧେୟକ ଆଗତ କରାଯିବାକୁ ଧାର୍ଯ୍ୟ ହୋଇଥିଲା।

NDA parliamentary party meeting

ବିହାର ଏସଆଇଆର ବ୍ୟତୀତ କେରଳର କଂଗ୍ରେସ ସାଂସଦ ହିବି ଇଡେନ ଛତିଶଗଡରେ ଦୁଇଜଣ କ୍ୟାଥୋଲିକ୍ ନନ୍‌ଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଆଲୋଚନା କରିବାକୁ ଲୋକସଭାରେ ମୁଲତବୀ ନୋଟିସ ଦେଇଥିଲେ। ଜୁଲାଇ ୨୫ରେ ମାନବ ଚାଲାଣ ଅଭିଯୋଗରେ ଛତିଶଗଡରେ ଦୁଇ ଜଣ ନନ୍‌ଙ୍କୁ ଗିରଫ କରାଯାଇଥିଲା। ତେବେ ଶନିବାର ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ବିହାର ଏସଆଇଆରକୁ ନେଇ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଲୋକସଭାକୁ ପ୍ରଥମେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ଣରେ ଗୃହ ଆରମ୍ଭ ହେବାରୁ ବିରୋଧୀମାନେ ପୁନର୍ବାର ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀଙ୍କ ଏପରି ମନୋଭାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମାଲୋଚନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ଗୃହର ସଦସ୍ୟଙ୍କ ସମୟକୁ ନଷ୍ଟ କରୁଛନ୍ତି। ଅପରାହ୍ଣରେ ଗୃହରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ୍‌ ବିକ୍ଷୋଭକାରୀ ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ। ମୌସୁମି ଅଧିବେଶନ ଆରମ୍ଭରୁ ସଂସଦରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଶାସକ ଏନଡିଏ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ଣ ୯ଟା ୩୦ରେ ସଂସଦୀୟ ଦଳ ବୈଠକ ବସିବାକୁ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସାଂସଦଙ୍କୁ ସମ୍ବୋଧନ କରିବେ। ମୌସୁମି ଅଧିବେଶନ କାଳରେ ଏନଡିଏ ସଂସଦୀୟ ଦଳର ଏହା ପ୍ରଥମ ବୈଠକ ହେବ। ଅନ୍ୟପଟେ ଶିବୁ ସୋରେନଙ୍କ ପରଲୋକ ପାଇଁ ସୋମବାର ରାଜ୍ୟସଭାର ଅଧିବେଶନକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଶିବୁ ସୋରେନ ରାଜ୍ୟସଭାର ସଦସ୍ୟ ଥିବାରୁ ତାଙ୍କ ପ୍ରତି ଗୃହରେ ଶ୍ରଦ୍ଧାଞ୍ଜଳି ସଭା କରାଯିବା ପରେ ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସିଂହ ଗୃହକୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+