ସାଂସଦଙ୍କୁ ମୋଦିଙ୍କ ମନ୍ତ୍ର, କହିଲେ ସଂସଦରେ ବୟାନବାଜୀ ଉପରେ ଗୁରୁତ୍ୱ ଦିଅ ନାହିଁ
NDA Parliamentary Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ମୋଦି ପ୍ରଥମ ଥର ପାଇଁ ଶାସକ ଦଳର ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ସମୟରେ ସେ ସାଂସଦମାନଙ୍କୁ କହିଥିଲେ ଯେ, ସେମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତି ସହ ସଂସଦକୁ ଆସିବା ପାଇଁ ପଡିବ ଏବଂ ତୃଣମୂଳ ସ୍ଥଳରେ ମଧ୍ୟ କାମ କରିବା ପାଇଁ ପଡିବ । ସଂସଦରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେବା ସମୟରେ ଏନଡିଏ ବୈଠକ ଅନୁଷ୍ଠିତ ହୋଇଛି ।
ସୂତ୍ରରୁ ପ୍ରକାଶ ଯେ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନୂତନ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସଂସଦରେ ରାହୁଲ ଗାନ୍ଧିଙ୍କ ପରି ଭାଷାର ବ୍ୟବହାର ନ କରିବା ପାଇଁ । ଗଣମାଧ୍ୟମରେ ଅନାବଶ୍ୟକ ବିବୃତ୍ତିରୁ ଦୂରେଇ ରୁହନ୍ତୁ । ସେହିପରି ସାଂସଦମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ଣ୍ଣ ସମୟ ଦେବାକୁ ଏବଂ ସଂସଦକୁ ଆସିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସଂସଦରେ ଅନେକ କଛା ଶିଖିବାର ମୌକା ମିଳିବ । ସେଣୁ ସାଂସଦ ମାନେ ଏଠାରେ ଉପସ୍ଥିତ ରହିବା ସହ ଶିଖିବା ପାଇଁ ଚେଷ୍ଟା କରନ୍ତୁ । ଏନଡିଏର ପ୍ରତ୍ୟେକ ସାଂସଦଙ୍କ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ପଡିବ। ପ୍ରତ୍ୟେକ ସାଂସଦ ତାଙ୍କ ନିର୍ବାଚନମଣ୍ଡଳୀ ପ୍ରସଙ୍ଗକୁ ଗୃହରେ ଠିକ୍ ଭାବରେ ରଖିବା ଉଚିତ୍ ।












Click it and Unblock the Notifications