ଆଜି NDAର ବଡ଼ ବୈଠକ; ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ

ଆଜି NDAର ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ୨୦ଟି ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଚାଲିବ ସମ୍ମିଳନୀ । ଏଥିରେ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ । ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଓ POKରେ ଥିବା ଆତଙ୍କୀ ଶିବିର ଧ୍ବଂସ, ଅପରେସନ ସିନ୍ଦୂର , ଭାରତ-ପାକ୍ ମଧ୍ୟରେ ବର୍ତ୍ତମାନ ଲାଗି ରହିଥିବା ତିକ୍ତତା ଆଦି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ଏନଡିଏ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବେ।

NDA meeting today

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଗୃହୀତ ହେବ। ଅପରେସନ ସିନ୍ଦୁରର ସଫଳତା ନେଇ ଭାରତୀୟ ସେନା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରାଯିବ । ଏହାସହ ଜନଗଣନାରେ ଜାତି ଜନଗଣନା ସାମିଲ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ସୁଶାସନ ନେଇ ନିଆଯାଇଥିବା ଭଲ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ । ଏହାସହ କେନ୍ଦ୍ରରେ ଏନଡିଏ ସରକାରର ବର୍ଷ ପୂର୍ତ୍ତି ଓ ଦଶମ ଯୋଗ ଦିବସ ସମ୍ପର୍କରେ ଆଲୋଚନା ହେବ ।

ଓଡ଼ିଶା ଆଗାମୀ ୧୫ ବର୍ଷରେ ଦେଶ ବିକାଶର ଗ୍ରୋଥ୍‌ ଇଞ୍ଜିନ୍‌ ହେବାକୁ ଯାଉଛି। ଏଥିସକାଶେ ଆସନ୍ତା ଜୁନ୍‌ ୧୨ରେ ଓଡ଼ିଶାର 'ଭିଜନ୍‌ ଡକ୍ୟୁମେଣ୍ଟ' ଉନ୍ମୋଚନ କରାଯିବ। ଓଡ଼ିଶା ସରକାର ରାଜ୍ୟର ୬ଟି ସହରାଞ୍ଚଳକୁ ଏକ ମେଟ୍ରୋପଲିଟାନ୍‌ ରିଜିଅନ୍‌ ରୂପେ ବିକଶିତ କରିବା ପାଇଁ ଯୋଜନା କରିଛନ୍ତି। ପ୍ରସ୍ତାବିତ ମେଟ୍ରୋପଲିଟାନ୍‌ ରିଜିଅନ୍‌ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ, ପାରାଦୀପକୁ ନେଇ ପ୍ରତିଷ୍ଠା କରାଯିବ, ଯାହାକି ୭,୦୦୦ ବର୍ଗ କି.ମି. ବିସ୍ତୃତ ଅଞ୍ଚଳ ଉପରେ ପରିବ୍ୟାପ୍ତ ରହିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା ବିଷୟ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ୍‌ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ନୀତି ଆୟୋଗର ଦଶମ ଗଭର୍ନିଂ କାଉନ୍ସିଲ ବୈଠକରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦ୍ର ନିକଟରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରି କହିଛନ୍ତି, ବର୍ତ୍ତମାନ ରାଜ୍ୟର ସହରୀକରଣ ସ୍ତର ୧୭% ରହିଛି। ରାଜ୍ୟ ସରକାର ଏହାକୁ ୨୦୩୬ ସୁଦ୍ଧା ୪୦% ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍‌ ସ୍ବାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ ବେଳେ ଓଡ଼ିଶାର ସମ୍ପୂର୍ଣ୍ଣ ସହରୀକରଣ ହୋଇସାରିଥିବ। କେବଳ ଏତିକି ନୁହେଁ, ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ୍‌ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଓଡ଼ିଶାବାସୀଙ୍କ ଲକ୍ଷ୍ୟ ରହିଛି। ଆମ ରାଜ୍ୟ ଆଗାମୀ ୨୫ ବର୍ଷରେ ଦେଶ ବିକାଶ ଯାତ୍ରାର ଗ୍ରୋଥ ଇଞ୍ଜିନ୍‌ ହେବାକୁ ଯାଉଛି। ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରାଯିବ। ଏଥିସକାଶେ ରାଜ୍ୟ ସରକାର ଏକ 'ଭିଜନ୍‌ ଡକ୍ୟୁମେଣ୍ଟ' ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର 'ଭିଜନ୍‌ ଡକ୍ୟୁମେଣ୍ଟ' ଏକ ବିସ୍ତୃତ, କାର୍ଯ୍ୟକାରୀଯୋଗ୍ୟ ଓ ସମାବେଶୀ ରିପୋର୍ଟ। ଅନ୍‌ଲାଇନ୍‌ ଜରିଆରେ ସଂଗୃହୀତ ୩,୨୦,୦୦୦ ଲୋକଙ୍କ ପ୍ରସ୍ତାବ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟ ଜୁନ୍‌ ୧୨ରେ ଓଡ଼ିଶାରେ ଭାଜପା ସରକାର ଦେଶ ବିକାଶର କ୍ଷମତାସୀନ ହେବାର ବର୍ଷପୂର୍ତ୍ତି ପାଳନ ଅବସରରେ ଏହି ଭିଜନ୍‌ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+