ମହାରାଷ୍ଟ୍ରରେ ଯେଉଁଠି ମୋଦି କରିଥିଲେ ପ୍ରଚାର ସେଠି ହାରିଛି ଏନଡିଏ !
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଏନ୍ଡିଏକୁ ବହୁମତ ମିଳିଛି । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି ।
ଏନଡିଏ ବହୁମତ ହାସଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ମଞ୍ଚ ସ୍ଥିର କରିସାରିଥିଲେ ମଧ୍ୟ ମହାରାଷ୍ଟ୍ରରେ ବିଜେପିର ମନ୍ଦ ପ୍ରଦର୍ଶନ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ୨୦୧୯ ନିର୍ବାଚନରେ ପାଇଥିବା ୨୩ଟି ଆସନରୁ ବିଜେପି ରାଜ୍ୟରେ କେବଳ ନଅଟି ସିଟ୍ ସୁରକ୍ଷିତ କରିବାରେ ସଫଳ ହୋଇଛି ।

ନିର୍ବାଚନ ଆୟୋଗ ତଥ୍ୟ ଦର୍ଶାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର କରୁଥିବା ଅଧିକାଂଶ ଆସନରେ ଏନଡିଏ ବିଜୟ ହାସଲ କରିବାରେ ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ୧୮ଟି ଲୋକସଭା ଆସନରେ ଏକାଧିକ ସାଧାରଣ ସଭା ଏବଂ ଏକ ରୋଡ୍ ସୋ କରିଥିଲେ । ସେହି ୧୫ଟି ଆସନରେ ଏନଡିଏ ଜିତିବାରେ ବିଫଳ ହୋଇଛି ।












Click it and Unblock the Notifications