ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NDA ମୁଖ୍ୟମନ୍ତ୍ରୀ କନକ୍ଲେଭ୍‌ ଶେଷ, ପାରିତ ହେଲା ଜାତି ଜନଗଣନା ପ୍ରସ୍ତାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ NDA ମୁଖ୍ୟମନ୍ତ୍ରୀ କନକ୍ଲେଭ୍ ଶେଷ ହୋଇଛି । ଏହି କନକ୍ଲେଭରେ ଭାଗ ନେଇଥିଲେ ୨୦ ମୁଖ୍ୟମନ୍ତ୍ରୀ ଏବଂ ୧୮ ଉପ ମୁଖ୍ୟମନ୍ତ୍ରୀ । ଆଜିର ଏହି ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ 'ଅପରେସନ ସିନ୍ଦୂର' ନେଇ ପ୍ରଥମ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ 'ଅପରେସନ ସିନ୍ଦୂର'ରେ ସେନାବାହିନୀ ବୀରତ୍ବକୁ ପ୍ରଶଂସା କରାଯାଇଥିଲା।ଏହାପରେ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଗଲା ବୋଲି ସୂଚନା ଦେଇଛନ୍ତି ସ୍ୟାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।

NDA Chief Ministers

ଅନ୍ୟ ପକ୍ଷରେ ଜାତି ଜନଗଣନା ନେଇ ଦ୍ବିତୀୟ ପ୍ରସ୍ତାବ ପାରିତ ହୋଇଛି । ଜାତିଭିତ୍ତିକ ରାଜନୀତି ନୁହେଁ, କେବଳ ଉନ୍ନତି ଚାହୁଁ ନେଇ ସହମତି ପ୍ରକାଶ କରିଛନ୍ତି ସମସ୍ତ ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଜାତିଭିତ୍ତିକ ଜନଗଣନାର ଦାବି କରାଯାଉଥିଲା। ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିଥିଲା। ଏପ୍ରିଲ ୩୦ ତାରିଖରେ ଜାତିଗତ ଜନଗଣନା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।

୧୯୪୭ ପରଠାରୁ ଭାରତରେ ଜାତି ଜନଗଣନା କରାଯାଇନାହିଁ। କଂଗ୍ରେସ ଜାତି ଜନଗଣନା ବଦଳରେ ଜାତି ସର୍ଭେ କରିଥିଲା। ୟୁପିଏ ସରକାର ସମୟରେ ଅନେକ ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଜାତି ସର୍ଭେ କରିଥିଲେ। ଜାତି ଜନଗଣନାକୁ ମୂଳ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ୍ କରାଯିବ। ବିରୋଧୀ ଏହାକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ପୂର୍ବରୁ ମତ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+