ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ଫଡନବିସ୍‌, ଛଗନ ଭୂଜବଳଙ୍କୁ ମନ୍ତ୍ରୀ ପଦ

ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ । ମନ୍ତ୍ରୀଭାବେ ଶପଥ ନେଲେ ଛଗନ ଭୂଜବଳ । ଏନସିପି ଅଜିତ ପାୱାର ଗୋଷ୍ଠୀର ତୁଙ୍ଗ ନେତା ଛଗନ ଭୂଜବଳ । ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ସମୟରେ ଛଗନଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ରୋହୀ ସାଜିବେ ବୋଲି ଚର୍ଚ୍ଚା ହେଉଥିଲେ । ଏପରିକି ନିକଟରେ ସେ ଅସନ୍ତୁଷ୍ଟ ପ୍ରକାଶ କରି ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ତେବେ ଛଗନଙ୍କ ମାନଭଞ୍ଜନ କରି ମହାୟୁତିରେ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । "ଛଗନ ଭୁଜବଳ ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି ଏବଂ ଅନେକ ବିଭାଗର ନେତୃତ୍ୱ ନେଇଛନ୍ତି। ସେ ଜଣେ ଅଭିଜ୍ଞ ନେତା, ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଅଭିଜ୍ଞତାରୁ ରାଜ୍ୟ ସରକାର ବହୁତ ଲାଭବାନ ହେବେ।"

chhagan bhujabal

ପ୍ରକାଶଥାଉକି ଯେ ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ମଧ୍ୟ ପୂର୍ବ ମହାୟୁତି ସରକାରରେ ମନ୍ତ୍ରୀ ଥିଲେ। ଏନସିପିର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚିତ ଭୁଜବଳ ନୂତନ ସରକାରରେ ମନ୍ତ୍ରୀ ହେବା ନିଶ୍ଚିତ ବୋଲି ମନେ କରାଯାଉଥିଲା। ଦେବେନ୍ଦ୍ର ଫଡନବିସ କ୍ୟାବିନେଟରେ ଭୁଜବଳଙ୍କୁ ସ୍ଥାନ ଦିଆଯାଇ ନଥିଲା। ୭୭ ବର୍ଷୀୟ ବରିଷ୍ଠ ନେତା ଏହା ଉପରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅଜିତ ପାୱାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଛଗନ ଭୁଜବଳ ନାସିକ ଜିଲ୍ଲାର ୟେଭଲା ବିଧାନସଭା ଆସନର ବିଧାୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+