RSS କୁ ପ୍ରଶଂସା କଲେ ଏନସିପି (ଏସ୍ପି) ମୁଖ୍ୟ ଶରଦ ପାୱାର; କହିଲେ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ଉଦାହରଣ
ଏନସିପି (ଏସ୍ପି) ମୁଖ୍ୟ ଶରଦ ପାୱାର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସ୍ର ପ୍ରଶଂସା କରିଛନ୍ତି। ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି। ଏଥିସହ ସେ ନିଜ ଦଳର ସଦସ୍ୟମାନଙ୍କୁ ଆରଏସଏସ ଭଳି ସମାନ ପ୍ରତିବଦ୍ଧ କର୍ମୀ ତିଆରି କରିବାକୁ ପରାମର୍ଶ ଦେଇଛନ୍ତି।

ଏହି କର୍ମୀମାନେ ଯେମିତି ସବୁବେଳେ ଶାହୁ ମହାରାଜ, ମହାତ୍ମା ପୁଲେ, ବିଆର ଆମ୍ବେଦକର ଓ ଯଶବନ୍ତରାଓ ଚୌହାନଙ୍କ ଆଦର୍ଶରେ କାମ କରିବେ, ତା'କୁ ମଧ୍ୟ ନିଶ୍ଚିତ କରାଯିବା ଦରକାର ବୋଲି ପାୱାର କହିଛନ୍ତି।
ଦକ୍ଷିଣ ମୁମ୍ବାଇରେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଶରଦ ପାୱାର କହିଛନ୍ତି, ଆରଏସଏସ କ୍ୟାଡର ସବୁବେଳେ ସଂଗଠନର ବିଚାରଧାରା ପ୍ରତି ଦୃଢ଼ ବିଶ୍ୱସ୍ତ ଥିବା ପ୍ରଦର୍ଶନ କରନ୍ତି। ସେମାନେ ବେଶ ବିଶ୍ୱସ୍ତ। ଆମେ ମଧ୍ୟ ସମେତି ଜଣେ ଜଣେ କ୍ୟାଡର ହେବା ଦରକାର। ଛତ୍ରପତି ଶାହୁ ମହାରାଜ, ମହାତ୍ମା ପୁଲେ, ବିଆର ଆମ୍ବେଦକର ଓ ଯଶବନ୍ତରାଓ ଚୌହାନ ବିଚାରଧାରା ପ୍ରତି ପ୍ରତିବଦ୍ଧତା ଦେଖାଇବା ଆମ କ୍ୟାଡରମାନଙ୍କ ପାଇଁ ଜରୁରୀ ବୋଲି ସେ କହିଛନ୍ତି।
ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନସିପି(ଏସ୍ପି) ଆଶା ଅନୁସାରେ ପ୍ରଦର୍ଶନ କରି ପାରି ନଥିଲା। ଏପ୍ରିଲ-ମେ ମାସରେ ଅନୁଷ୍ଠି ଲୋକସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ବିଧାନସଭାରେ ଫେଲ ମାରିବା ଶରଦ ପାୱାରଙ୍କ ଚିନ୍ତାକୁ ବଢ଼ାଇଛି। ଏଥିପାଇଁ ସେ ଏବେ ଦଳର କର୍ମୀମାନଙ୍କ ସହ ବୈଠକ କରି ପରାଜୟର କାରଣ ଖୋଜିବାରେ ଲାଗିଛନ୍ତି।












Click it and Unblock the Notifications