ଶରଦଙ୍କ ଗୋଷ୍ଠିକୁ ମିଳିଲା ନୂଆ ନାଁ, ହେଲା NCP- ଶରଦ ଚନ୍ଦ୍ର ପାୱାର
NCP Symbol Name Row: ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାର ଗୋଷ୍ଠୀ ଏକ ନୂଆ ନାମ ପାଇଛି । ଏଣିକି ଶରଦ ପାୱାର ଦଳ 'ଏନସିପି- ଶରଦ ଚନ୍ଦ୍ର ପାୱାର' ନାଁରେ ଜଣା ଯିବ । ଏହାପୂର୍ବରୁ ଶରଦ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ ପାଇଁ ତିନୋଟି ନାମ ଏବଂ ନିର୍ବାଚନ ପ୍ରତୀକ ପାଇଁ ବିକଳ୍ପ ପରାମର୍ଶ ଦେଇଥିଲେ ।
ମଙ୍ଗଳବାର ନିର୍ବାଚନ କମିଶନ ଦୀର୍ଘ ଦିନ ଧରି ଲାଗି ରହିଥିବା ଦାଦା-ପୁତୁରା କଳିର ସମାଧାନ କରିଥିଲେ । ଅଜିତ ପାୱାରଙ୍କ ଏନ୍ସିପି ଗୋଷ୍ଠୀକୁ ଅସଲ ଏନ୍ସିପି ବୋଲି ଘୋଷଣା କରିଥିଲେ ନିର୍ବାଚନ କମିଶନ । କେବଳ ସେତିକି ନୁହେଁ, ଦଳର ନାଁ ଓ ଚିହ୍ନକୁ ମଧ୍ୟ ଅଜିତ ପାୱାରଙ୍କ ଦଳ ଶରଦ ପାୱାରଙ୍କ ଠାରୁ ଛଡାଇ ନେଇଥିଲା ।

ଏହାପରେ ଏବେ ଶରଦ ପାୱାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି । ସୂଚନାନୁସାରେ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ତିନୋଟି ନାମ ଏବଂ ପ୍ରତୀକ ପରାମର୍ଶ ଦେବାକୁ କହିଥିଲେ , ଯାହା ସେମାନଙ୍କୁ ବଣ୍ଟନ କରାଯିବ । ସୂତ୍ରରୁ ପ୍ରକାଶ ଯେ, ଶରଦ ପାୱାରଙ୍କ ଦଳ ନିର୍ବାଚନ ଆୟୋଗଙ୍କ ନିକଟକୁ 'ଶରଦ ପାୱାର କଂଗ୍ରେସ', 'ମୁଁ ଜଣେ ଜାତୀୟତାବାଦୀ ଏବଂ ଶରଦ ପାୱାର ସ୍ୱାଭିମାନୀ ପକ୍ଷ' ଥିଲା ନାମ ।ଏଥି ସହିତ, ଚିହ୍ନ ଭାବରେ ଚଷମା, ଉଦୟ ସୂର୍ଯ୍ୟ ଏବଂ ସୂର୍ଯ୍ୟମୁଖୀ ନିର୍ବାଚନ ପ୍ରତୀକ ଭାବରେ ପଠାଇଥିଲେ ।
ଯାହା ଆଜି ଶରଦଙ୍କ ଗୋଷ୍ଟିକୁ ନିର୍ବାଚନ ଆୟୋଗ ଦେଇଛନ୍ତି ନୂଆ ନାମ ।ଏଣିକି ନୂଆ ଦଳ ନାଁ ହେଲା 'ଏନସିପି- ଶରଦ ଚନ୍ଦ୍ର ପାୱାର' ନାଁରେ ଜଣା ଯିବ । ଶରଦ ପାୱାର ୧୯୯୯ରେ ଏନ୍ସିପି ପ୍ରତିଷ୍ଠା କରିଥିଲେ । ଗତ ବର୍ଷ ଜୁଲାଇରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଆଠଟି ଦଳର ବିଧାୟକଙ୍କ ସହ ଏକନାଥ ସିନ୍ଦେ ନେତୃତ୍ୱାଧୀନ ସରକାରରେ ଯୋଗ ଦେଇଥିଲେ ।












Click it and Unblock the Notifications