ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପୱାର
ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସ୍ଵର୍ଗତ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର । ଅଜିତଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପତ୍ନୀ ସୁନେତ୍ରା । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ଅଜିତ ପୱାର (ଜନ୍ମ ୧୮ ଅକ୍ଟୋବର ୧୯୬୩) ।

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ବିଧି ଓ ଗୋପନୀୟତାର ଶପଥ କରାଇଛନ୍ତି । ଏନସିପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ପରେ ଲୋକଭବନରେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନେକ ନେତା ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମୟରେ ଏନସିପି ନେତାମାନେ "ଅଜିତ ଦାଦା ଅମର ରହେ" ସ୍ଲୋଗାନ ଦେଇ ଅଜିତଙ୍କ ସ୍ମୃତିଚାରଣ କରିଥିଲେ ।












Click it and Unblock the Notifications