ଦିଲ୍ଲୀରେ NCB'ର ଆକ୍ସନ: ୯ କୋଟି ଡ୍ରଗ୍ସ ଜବତ
Delhi News: ଶୁକ୍ରବାର ଦିନ ଦିଲ୍ଲୀରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ 82.53 କିଲୋଗ୍ରାମର କୋକେନ ଜବତ କରିଛି। ଆନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ 900 କୋଟି ଟଙ୍କା ବୋଲି ସୂଚନା ରହିଛି । ଏହିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ଜବତ ଭାରତକୁ ଡ୍ରଗ୍ସ ମୁକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଗୃହମନ୍ତ୍ରୀ ଶାହାଙ୍କ ସୂଚନା ଅନୁସାକେ, ଡ୍ରଗ୍ସ ଧରିବାରେ ଏନସିବି ଏକ 'ବଟମ-ଟୁ-ଟପ୍' ଉପାୟ ଅବଲମ୍ବନ କରିଛି। ଯେତେବେଳେ ଦିଲ୍ଲୀର ଏକ କୋରିଅର କେନ୍ଦ୍ରରୁ କିଛି ପରିମାଣର ଡ୍ରଗ୍ସ ଜବତ କରାଯାଇଥିଲା, ସେତେବେଳେ ଏହାକୁ ଆଧାର କରି ସମଗ୍ର ନେଟୱାର୍କକୁ ଧରା କରାଯାଇଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ଡ୍ରଗ୍ସ ଦିଲ୍ଲୀରୁ ଅଷ୍ଟ୍ରେଲିଆକୁ ପଠାଯାଉଥିଲା ଏବଂ ଏହାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଦୁବାଇରେ ଅବସ୍ଥିତ ଏକ ବଡ ହାୱାଲା ବ୍ୟବସାୟୀ, ଯାହାଙ୍କର ଦିଲ୍ଲୀରେ ରହିଛି ଖାସ କନେକ୍ସନ ।

ଅନୁସନ୍ଧାନରୁ ଜଣାପଡିଛି ଯେ ଡ୍ରଗ୍ସର ଏହି ସାମଗ୍ରୀ ପ୍ରଥମେ ଅହମ୍ମଦାବାଦ ଏବଂ ସୋନିପଥରୁ ଦିଲ୍ଲୀକୁ ଅଣାଯାଇଥିଲା। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଲୋକେଶ ଚୋପ୍ରା ଏବଂ ଆଭଦେଶ ଯାଦବଙ୍କୁ ଗିରଫ କରିଛି। NCB ଏହି ଅପରେସନରେ ଆଧୁନିକ କୌଶଳ ବ୍ୟବହାର କରୁଥିବା ନେଇ ସୂଚନା ରହିଛି । ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଏହିପରି ଅନେକ ଅପରେସନରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ଡ୍ରଗ୍ସ ବିରୋଧରେ ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି।












Click it and Unblock the Notifications