ବିଧାୟକ ଦଳ ବୈଠକରେ ବାଜିଲା ମୋହର, ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼: ହରିୟାଣାରେ ପୁଣି ନାୟବ ସରକାର। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟବ ସିଂହ ସୈନୀ। ବୁଧବାର ଚଣ୍ଡିଗଡ଼ରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ନାୟବ ସିଂହ ସୈନୀ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଅର୍ଥାତ୍ ଅକ୍ଟୋବର ୧୭ରେ ହରିୟାଣାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜ୍ ପରବର୍ତ୍ତୀ ସିଏମ ପାଇଁ ସାଇନିଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଆସନ୍ତାକାଲି ଅର୍ଥାତ୍ ୧୭ରେ ସେ ନେବେ ଶପଥ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ନେତା ଭାବରେ ନିର୍ବାଚିତ ହୋଇଥିଲେ । ବୈଠକରେ ହରିୟାଣା ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସହ-ଦାୟିତ୍ୱରେ ଥିବା ବିପ୍ଲାବ ଦେବ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକ ପାଇଁ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପିର ଅନିଲ ବିଜ ଏବଂ ରାଓ ଇନ୍ଦରଜିତ ସିଂ ମଧ୍ୟ ସିଏମ ପଦ ପାଇଁ ଦାବି କରିଥିଲେ । ନାୟବ ସିଂହ ସୈନୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ହରିୟାଣାର ଲୋକମାନେ ପିଏମ ମୋଦିଙ୍କ ନୀତିକୁ ଅନୁମୋଦନ କରିଛନ୍ତି। ସାଇନି କହିଛନ୍ତି, ସେ ନିଜେ ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିବେ। ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପକୁ ଆଗକୁ ନେବାକୁ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।












Click it and Unblock the Notifications