ନକ୍ସଲଙ୍କ ଆଇଡି ବିସ୍ଫୋରଣ; ୫ ଯବାନ ଗୁରୁତର, ଛତିଶଗଡ଼ ବିଜାପୁରରେ ବିସ୍ଫୋରଣ
ମାଓବାଦୀ ମାନେ ଖଞ୍ଜିଥିଲେ ଆଇଇଡି । ନିଷ୍କ୍ରିୟ ପାଇଁ ଯିବାବେଳେ ହେଲା ବିସ୍ଫୋରଣ । ୫ ଜଣ ଯବାନ ଆହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଟେରାମ୍-ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି। ଆହତ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ 153 ସିଆରପିଏଫର ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଟେରାମ୍-ଗୁଡୁମ୍ ଗାଁ ନିକଟରେ ଥିବା ଜଙ୍ଗଲରେ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଛତିଶଗଡ଼ ବିଜାପୁରରେ ହୋଇଛି ଆଇଇଡି ବିସ୍ଫୋରଣ । ଚିତ୍ରାଗେଲୁର କେରିପୁ କ୍ୟାମ୍ପରୁ ଯବାନ ମାନେ ଆଇଇଡି ନିଷ୍କ୍ରିୟ ପାଇଁ ଯିବା ବେଳେ ତରେମ୍ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଆହତ ୫ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications