ଛତିଶଗଡ଼ରେ ଫୁଣି ଆକ୍ଟିଭ ହେଲେ ନକ୍ସଲ , ଏନକାଉଣ୍ଟରରେ ସିଆରପିଏଫ୍ ଅଧିକାରୀ ଶହୀଦ
ସୁକୁମା: ନକ୍ସଲ ପ୍ରଭାବିତ ରାଜ୍ୟ ଛତିଶଗଡରେ ହଠାତ୍ ପୁନର୍ବାର ସକ୍ରିୟ ହୋଇଛନ୍ତି ମାଓବାଦି । ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି । ଗତ ଚାରି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ତିନି ଥର ମୁହଁ ମୁହିଁ ହୋଇସାରିଲେଣି । ଯେଉଥିରେ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତି ଏବଂ ଅନେକ ସୈନିକ ମଧ୍ୟ ଆହତ ହୋଇଛନ୍ତି ।

୧୭ ଡିସେମ୍ବର ରବିବାର ଦିନ, ଘାଟରେ ସିଆରପିଏଫ ତରଫରୁ ସଚର୍ଚ ଅପରେସନ ଚାଲିଥିବା ସମୟରେ ହଠାତ୍ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।ସୂଚନାନୁସାରେ, ରବିବାର ସକାଳ ୭ ଟାରେ ଜାଗରଗୁଣ୍ଡା ପୋଲିସ ଷ୍ଟେସନ ଅନ୍ତର୍ଗତ ବେଡ୍ରେ କ୍ୟାମ୍ପରୁ ସିଆପିଏଫର ୧୬୫ ତମ ବାଟାଲିୟନର କମ୍ପାନୀ ଉର୍ସାଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଅପରେସନ୍ ସମୟରେ ନକ୍ସଲମାନଙ୍କ ସହିତ ଏକ ଏନକାଉଣ୍ଟର ହୋଇଥିଲା ।
ଏହି ଘଟଣାରେ ସିଆପିଏଫର ୧୬୫ ବାଟାଲିୟନର ସବ୍ ଇନ୍ସପେକ୍ଟର ସୁଧାକର ରେଡ୍ଡୀ ସହିଦ ହୋଇଥିଲେ ଏବଂ କନଷ୍ଟେବଳ ରାମୁ ଗୁଳିରେ ଆହତ ହୋଇଛନ୍ତି । ଆହତ ସୈନିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ପଠାଯାଉଛି । ଏବେ ଏହି ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଅପରେଶନ ଚାଲିଛି ।
ଏହାପୂର୍ବରୁ ୧୪ ଡିସେମ୍ବରରେ, ବିଏସଏଫ ଯବାନ କାନକାରରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଡି ବିସ୍ଫୋରଣରେ ସହିଦ ହୋଇଥିଲେ । ଏହାପୂର୍ବରୁ ଡିସେମ୍ବର ୧୨ ରେ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଡିଆରଜି ସସୈନିକ ଆଇଡ଼ି ବିସ୍ଫୋରଣରେ ଆହତ ହୋଇଥିଲେ । ଏଥିରେ ସୈନିକ ସାମାନ୍ୟ ଆହତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।












Click it and Unblock the Notifications