ସୁରକ୍ଷା ବାହିନୀକୁ ବଡ଼ ସଫଳତା:ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିପାତ

ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଟଳିଲା ୮ ଲକ୍ଷ ଟଙ୍କାର ମୁଣ୍ଡ। PLGA ବାଟାଲିୟନ ନମ୍ବର ୧ର ଡେପୁଟି କମାଣ୍ଡର ହାର୍ଡକୋର୍ ମାଓବାଦୀ ସୋଡି କନ୍ନା ଓରଫ ପଦନାମ ମୃତ। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ସୂଚନାନୁଯାୟୀ, ନ୍ୟାସନାଲ ପାର୍କ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ୍ କରି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି, ସିଆରପିଏଫ ଓ ଏସଟିଏଫ ବାହିନୀର ଯବାନମାନେ ସେଠାରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ।

naxal

ଏହି ସମୟରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି PLGA ବାଟାଲିୟନ ନମ୍ବର-୧ର ଡେପୁଟି କମାଣ୍ଡର ସୋଡି କନ୍ନା ଓରଫ ପଦନାମ। ପଦନାମ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ଼ ସରକାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ଏନେଇ ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+