ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ମାଓବାଦୀ
ମାଲକାନଗିରି: ଟଳିଲେ ମାଓବାଦୀ, ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ ହୋଇଥିବା ସୂଚନା ମିଳୁଛି। ସୁଚନାନୁସାରେ ଚିନ୍ତିଗୁମ୍ଫା ଥାନା ଅଂଚଳର ତୁମାଲପଦର ଜଙ୍ଗଲ-ପାହାଡରେ ଏହି ଘଟଣା ଘଟିଛି। ସୁକମା ଜିଲ୍ଲା ପୁଲିସ, ବସ୍ତର ଫାଇଟରସ୍, ସିଆରପିଏଫ, ଡିଆରଜି ଯବାନ କମ୍ବିଂ ପାଇଁ ତୁମାଲପଦର ଜଂଗଲରେ ପଶିଥିଲେ।
ପୁଲିସକୁ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଯବାନ ପକ୍ଷରୁ ମଧ୍ୟ ପାଳଟା ଗୁଳିଚାଳନା କରାଯାଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଜବତ କରିଛି।

ସୁକୁମା ପୁଲିସର ସୂଚନାନୁସାରେ ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତଦେହ ଏବଂ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସମେତ ବହୁ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲଙ୍କୁ ଚିହ୍ନଟ କରାଯାଉଛି।












Click it and Unblock the Notifications