‘୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ହେବ ଭାରତ’
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଗତ ୧୦ ବର୍ଷ ମଧ୍ୟରେ ସୁରକ୍ଷା ସମ୍ପର୍କିତ ତଥ୍ୟର ହିସାବ ଦେଇଛନ୍ତି । ସେ କହିଥିଲେ, "ସମୟ ଅନୁସାରେ ପରିବର୍ତ୍ତନ ଜରୁରୀ। ଆମେ ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରୁଛୁ। ଆମେ ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛୁ। ସୀମା ବାହାରେ ଅନେକ ଅପରାଧ ଘଟୁଛି। ଆମେ ଜମ୍ମୁ ଏବଂ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲୁ। ପୂର୍ବ ସରକାର ଆତଙ୍କବାଦୀ ଆକ୍ରମଣକୁ ଭୁଲିଯାଉଥିଲେ।
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ମୋଦୀ ସରକାରଙ୍କ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ରହିଛି। ଆମେ ଆତଙ୍କବାଦକୁ ଉଚିତ ଜବାବ ଦେଇଛୁ। ଆମେ ଗୋଟିଏ ଦେଶରେ ଦୁଇଟି ଆଇନକୁ ଉଚ୍ଛେଦ କରିଛୁ। ପୂର୍ବ ସରକାର ଭୋଟ ବ୍ୟାଙ୍କ ପାଇଁ ଧାରା ୩୭୦ ହଟାଇ ନଥିଲେ। ଏବେ ଲାଲ ଚୌକରେ ତ୍ରିରଙ୍ଗା ଉଡୁଛି। ପୂର୍ବରୁ ଆତଙ୍କବାଦୀଙ୍କ ଶୋଭାଯାତ୍ରା ହେଉଥିଲା। ଏବେ ଆତଙ୍କବାଦୀମାନେ ଯେଉଁଠାରେ ମରୁଛନ୍ତି ସେଠାରେ କବର ଦିଆଯାଉଛି । ଦଶ ବର୍ଷ ପୂର୍ବେ ଆତଙ୍କବାଦୀମାନଙ୍କ ମହିମାମଣ୍ଡନ କରାଯାଉଥିଲା।"
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆମର ଲକ୍ଷ୍ୟଆଗାମୀ ୧ ବର୍ଷ ଭିତରେ ସାରା ଦେଶରୁ ବାମପନ୍ଥୀ ଉଗ୍ରବାଦ ବା ନକ୍ସଲବାଦ ନିପାତ ହେବ। କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ରାଜ୍ୟସଭାରେ ଏହା କହିଛନ୍ତି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଶାହ କହିଛନ୍ତି।

ରାଜ୍ୟସଭାରେ ଶାହ କହିଛନ୍ତି, ଆତଙ୍କବାଦ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କର ଶୂନ୍ୟ ସହନଶୀଳତା ରହିଛି। ପୂର୍ବ ସରକାର ଆତଙ୍କବାଦ ପ୍ରତି ନରମ ମନୋଭାବ ରଖୁଥିଲା ବୋଲି ଶାହ କହିବା ସହିତ କଡ଼ା ସମାଲୋଚନା କରିଥିଲେ। ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ସମ୍ବିଧାନ ନିର୍ମାତାଙ୍କ 'ଏକ ସମ୍ବିଧାନ, ଏକ ପତାକା' ସ୍ଵପ୍ନ ପୂରଣ କରିଛନ୍ତି। କାଶ୍ମୀରରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ନିନେମା ହଲ ଖୋଲା ରହୁଛି। ଜି-୨୦ ସମ୍ମିଳନୀ ହୋଇଛି। ମହରମ ଶୋଭାଯାତ୍ରା ବି ହୋଇଛି ବୋଲି ଶାହ କହିଥିଲେ।












Click it and Unblock the Notifications