୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଏବେ ଓଡ଼ିଶାର.....
ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ କମି ୬ରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲମୁକ୍ତ ହେବ ଭାରତ । ନକ୍ସଲବାଦକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବଡ଼ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ନକ୍ସଲମୁକ୍ତ ଭାରତ ନିର୍ମାଣକୁ ନେଇ ହୋଇଥିବା ସଂକଳ୍ପକୁ ଦୋହରାଇଛନ୍ତି । ସେ କହିଛନ୍ତି,'' ନକ୍ସଲମୁକ୍ତ ଭାରତ ନିର୍ମାଣ ଏକମାତ୍ର ଲକ୍ଷ୍ୟ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତରୁ ମୂଳପୋଛ ହେବେ ନକ୍ସଲ । ମୋଦି ସରକାର ଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛନ୍ତି ।
ଦ୍ରୁତ ଗତିରେ ନକ୍ସଲମୁକ୍ତ ହେଉଛି ଭାରତ । ଆମେ ବିକାଶ ରାସ୍ତାରେ ବଢୁଛୁ । ପୂର୍ବରୁ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ମୋଟ ୩୮ ଥିଲା । ଏଥିରେ ଅତି ପ୍ରଭାବିତ ୧୨ଟି ଜିଲ୍ଲା ରହିଥିଲା । ଯାହା ବର୍ତ୍ତମାନ କମି ୬ରେ ପହଞ୍ଚିଛି । ଯେଉଁଥିରେ ଛତିଶଗଡ଼ର କେବଳ ୪ ଜିଲ୍ଲା (ବିଜାପୁର, କାଙ୍କୋର,ନାରାୟଣପୁର ଏବଂ ସୁକମା) ରହିଥିଲା । ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ଜିଲ୍ଲା ରହିଛି । ଓଡ଼ିଶାର ୩ଟି ଜିଲ୍ଲା ରହିଛି (କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି) ।













Click it and Unblock the Notifications