ପୁଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୩ ଯବାନ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ସକାଳ ୮ଟେ ବେଳେ ବିଜାପୁର ଜିଲ୍ଲାର ପେମେଡ ଥାନା ଅନ୍ତର୍ଗତ ଜିଡପାଲୀ ଠାରେ ରହିଥିବା ପୁଲିସ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

ସକାଳୁ ଯବାନ ନିଜର ନିତ୍ୟକର୍ମ ସାରି ସଜବାଜ ହେଉଥିବା ବେଳେ ହଠାତ ଗୁଳି ବର୍ଷଣ ଶୁଣିବା ପରେ ଯବାନ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ପଟରୁ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

Naxal attack

ତୁରନ୍ତ ସେମାନଙ୍କୁ କ୍ୟାମ୍ପରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇଛି। ସମସ୍ତ ଆହତ ଯବାନ ସୁରକ୍ଷିତ ଥିବା କୁହାଯାଇଛି। ନକ୍ସଲମାନଙ୍କୁ ନିପାତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୬ ସୁଦ୍ଧା ନକ୍ସଲମାନଙ୍କୁ ବିନାଶ କରିବା ପାଇଁ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ନକ୍ସଲମାନେ ମଝିରେ ମଝିରେ ବଡ଼ଧରଣର ଅଘଟଣ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+