ନକ୍ସଲଙ୍କ ଆକ୍ରମଣ: ୩ ଯବାନ ସହିଦ, ୧୪ ଗୁରୁତର
Naxal Attack: ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ୩ ଯବାନ ସହିତ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ଼ ସୁକମ୍ ଅଞ୍ଚଳରେ ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ନେଇ ସୂଚନା ରହିଛି ।

ବିଜାପୁର ଓ ସୁକନା ଜିଲ୍ଲା ସୀମାରେ ଥିବା ଟେକଲଗୁଡିୟାମ ଗାଁରେ ଯବାନ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଦୁଇ ପକ୍ଷରୁ ଗୁଳି ବିନିମୟରେ ୩ ଜଣ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ସମସ୍ତ ନକ୍ସଲ ସେଠାରୁ ପଳାଇଯିବାରେ ସଫଳ ହୋଇଛନ୍ତି ।
ବସ୍ତର ଆଇଜି ପି ସୁନ୍ଦରରାଜଙ୍କ ସୂଚନା ଅନୁସାରେ, ଏହି ସମାନ ସ୍ଥାନରେ ୨୦୨୧ ମସିହାରେ ନକ୍ସଲ ଆକ୍ରମଣରେ ୨୩ ଜଣ ଯବାନ ସହିଦ ହୋଇଥିଲେ। କୋବ୍ରା କୋମାଣ୍ଡୋମାନେ ଏକ ଫରୱାର୍ଡ ଅପରେସନ୍ ବେସ୍ ନିର୍ମାଣ କରୁଥିବା ବେଳେ ଏହି ଏନ୍କାଉଣ୍ଟର ହୋଇଥିଲା।












Click it and Unblock the Notifications