କାରକୁ ଧକ୍କା ଦେଲା ଟ୍ରକ,୩ ମୃତ , ୨ ଗୁରୁତର
ବିହାରର ନୱାଡାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଟ୍ରକଟି କାରଟିକୁ ଜୋରରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । କାରରେ ୫ ଜଣ ଯାତ୍ରୀ ଥିବା କଥା ସୂଚନା ମିଳିଛି । ଧକ୍କାର ଶବ୍ଦ ଏତେ ଭୟଙ୍କର ଥିଲା ଯାହା ଫଳରେ ଘଟଣା ସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଜମି ଜମି ଯାଇଛି । କାର ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇଥିଲା । ଗାଁ ଲୋକେ ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାକୁ ନେଇଥିଲା ।
ଘଟଣାସ୍ଥଳରୁ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତିନି ଜଣଙ୍କ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଏହି ଘଟଣାଟି ନଗର ଥାନା ଅଞ୍ଚଳରେ ଘଟିଛି। ଟ୍ରକ୍ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କାରରେ ଥିବା ଲୋକମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ। ନଗର ଥାନା ଅଞ୍ଚଳର KLS କଲେଜ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ କାରକୁ ଧକ୍କା ଦେଇଥିଲା। ପରିବାର ସଦସ୍ୟମାନେ କହିଛନ୍ତି ଯେ ବିବାହରେ ଯୋଗ ଦେଇ ପାଞ୍ଚ ଜଣ ଲୋକ କାର ଯୋଗେ ଫେରୁଥିଲେ। ଏକ ସଡ଼କ ଦୁର୍ଘଟଣା ସେମାନଙ୍କ ଜିବନ ଚାଲିଯାଇଛି ।












Click it and Unblock the Notifications