Get Updates
Get notified of breaking news, exclusive insights, and must-see stories!

ସମୁଦ୍ରରେ ବଢିବ ଭାରତର ବଳ, ନୌସେନାରେ ସାମିଲ ହେବ ‘ତମାଲ’

ଭାରତ ଖୁବଶୀଘ୍ର ବିଶ୍ୱର ସବୁଠାରୁ ଉନ୍ନତ ମଲ୍ଟି-ରୋଲ୍ ଷ୍ଟେଲ୍ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ 'ତମାଲ'କୁ ନୌସେନାରେ ସାମିଲ କରିବାକୁ ଯାଉଛି । ଋଷ ନିର୍ମୀତ ଏହି ଯୁଦ୍ଧପୋତ ଶତ୍ରୁ ପାଇଁ କାଳ ସାଜିବ । ଘାତକ ବ୍ରହ୍ମୋସ ଆଣ୍ଟି-ରିପ୍ ମିସାଇଲ୍ ଲଞ୍ଚ କରିବାର କ୍ଷମତା ଏହି ଯୁଦ୍ଧପୋତ ପାଖରେ ରହିଛି ।

ତେବେ ୨୦୨୫ ଶେଷ ସୁଦ୍ଧା ଚାରୋଟି ଯୁଦ୍ଧପୋତ ଭାରତୀୟ ନୌସେନାରେ ସାମିଲ ହେବାର ଯୋଜନା ରହିଛି । ଚୁକ୍ତି ଅନୁସାରେ, ଦୁଇଟି ଯୁଦ୍ଧପୋତ ଋଷରେ ତିଆରି ହେବାକୁ ଥିବା ବେଳେ ଆଉ ଦୁଇଟି ଯୁଦ୍ଧପୋତ ଭାରତରେ ତିଆରି ହେବ । ଏକ ଧାରୁଆ ଅସ୍ତ୍ର ଭଳି ତମାଲକୁ ପ୍ରସ୍ତୁତ କରାଯାଇଛି । ସଠିକ୍ ଆକ୍ରାମଣ କ୍ଷମତା ଓ ତୀବ୍ର ଗତି ଏହି ଯୁଦ୍ଧପୋତକୁ ଅନ୍ୟ ଯୁଦ୍ଧପୋତଠାରୁ ଭିନ୍ନ ପରିଚୟ ଦେଇଛି । ତମାଲ ଘଣ୍ଟାପ୍ରତି ୫୫କି.ମି ବେଗରେ ଗତି କରିପାରିବ ।

Navy to receive Tamal

ଗୋଟିଏ ସମୟରେ କୌଣସି ମିସନରେ ବାହାରି ଏହା ୩ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଶତ୍ରୁର ପିଛା କରି କରି ବିନାଶ କରିପାରିବ ଏହି ଯୁଦ୍ଧ ପୋତ । ସବୁଠୁ ବଡ କଥା ହେଉଛି ସୁପର ସୋନିକ୍ ବ୍ରହ୍ମୋସ ମିଜାଇଲ ନିକ୍ଷେପ କରାଯିବାର କ୍ଷମତା ଏହି ଯୁଦ୍ଧପୋତ ପାଖରେ ରହିଛି । ପାଣି ତଳେ ବିପଦର ମୁକାବିଲା ପାଇଁ ତମାଲରେ ଅତ୍ୟାଧୁନିକ ଆଣ୍ଟି-ସବମରିନ୍ ରକେଟ୍ ଓ ଟରପେଡୋ ସିଷ୍ଟମ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶତ୍ରୁ ରାଡାରରୁ ବଞ୍ଚିବା ପାଇଁ ଏଥିରେ ଉନ୍ନତମାନର ଟେକନୋଲୋଜିକୁ ବ୍ୟବହାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+