ହନିମୁନ ପାଇଁ ୟୁରୋପ ଯାଇଥାନ୍ତେ ବିନୟ ଓ ହିମାଂଶୀ ହେଲେ ଏହି କାରଣରୁ ଗଲେ କଶ୍ମୀର
Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପରିବାର ଭାଙ୍ଗି ଯାଇଛି । ପତ୍ନୀ ଆଗରେ ଚାଲି ଯାଇଛି ସ୍ୱାମୀର ଜୀବନ ତ କାହା ମୁଣ୍ତ ଉପରୁ ଉଠି ଯାଇଛି ପିତାର ହାତ । ସତରେ କେତେ ଯନ୍ତ୍ରଣା ଦାୟକ ଏହି ଦିନ । ସୁନ୍ଦର ଦିଶୁଥିବା ଏହି ସ୍ଥାନଟି ଅନେକ ପରିବାର ଉପରେ ଅସୁନ୍ଦରତାର ଛାପ ଛାଡି ଯାଇଛି ।
ଆଜି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ଏକ ଫଟୋ ବେଶ୍ ଭାଇରାଲ ହେଉଛି ଯାହା ଅନେକ ଲୋକଙ୍କ ଆଖିରେ ଲୁହ ଆଣି ଦେଉଛି । ଫଟୋଟି ବିନୟ-ହିମାଂଶୀଙ୍କର ଯିଏ ମାତ୍ରା ୮ ଦିନ ପୂର୍ବରୁ ବିବାହ କରିଥିଲେ । ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ ହେଲେ ଆଜି ଏହି ଫଟୋ ହିଁ ଉଭୟଙ୍କ ଅଧୁରା ପ୍ରେମର ପ୍ରମାଣ ସାଜିଛି । ମୃତ ସ୍ୱାମୀଙ୍କ ନିକଟରେ ଅସହାୟ ଅବସ୍ଥାରେ ବସି ରହିଛନ୍ତି ପତ୍ନୀ ।

ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ନୌସେନା ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମାତ୍ରା ୮ ଦିନ ପୂର୍ବରୁ ହୋଇଥିଲା ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବିବାହ । ହିମାଂଶୀ ନରୱାଲଙ୍କୁ ବିବାହ କରି ସେ ସାରା ଜୀବନ ତାଙ୍କ ସହ ଚାଲିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଭାଗ୍ୟର ରେଖାରେ କିଛି ଭିନ୍ନି ହିଁ ଲେଖାଯାଇଥିଲା । ବିବାହ ପରେ ସେ ହନିମୁନ୍ ପାଇଁ ୟୁରୋପ ଯାଇଥାନ୍ତେ ହେଲେ ଭିସା ନ ମିଳିବାରୁ କଶ୍ମୀର ଯାଇଥିଲେ ।
ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବୟସ ୨୬ ବର୍ଷ ଥିଲା ଏବଂ ସେ ମାତ୍ର ଆଠ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ। ବିନୟ ହରିୟାଣାର କର୍ଣ୍ଣାଲରର ବାସିନ୍ଦା। ତାଙ୍କ ପରିବାର ହରିୟାଣାର କର୍ଣ୍ଣାଲର ସେକ୍ଟର ୭ରେ ରୁହନ୍ତି।
ଆତଙ୍କବାଦୀମାନେ ହିମାଂଶୀ ନରୱାଲଙ୍କ ସାମ୍ନାରେ ବିନୟଙ୍କୁ ଗୁଳି କରିଥିଲେ। ବିନୟ ଏବଂ ହିମାଂଶୀ ଏପ୍ରିଲ ୨୧ ତାରିଖରେ ଜମ୍ମୁ ଏବଂ କଶ୍ମୀରରେ ପହଞ୍ଚିଥିଲେ ଏବଂ ଏପ୍ରିଲ ୨୨ ତାରିଖରେ ପହଲଗାମର ଏକ ହୋଟେଲରେ ଚେକ୍ ଇନ୍ କରିଥିଲେ।
ହିମାଂଶୀ ନରୱାଲଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ଏବଂ ବିନୟ ପହଲଗାମ ନିକଟରେ ମିନି ସ୍ୱିଜରଲ୍ୟାଣ୍ଡ ଭାବରେ ପ୍ରସିଦ୍ଧ ଏକ ପର୍ଯ୍ୟଟନ ସ୍ଥଳ ବୈସାରଣ ଭ୍ୟାଲି ପରିଦର୍ଶନ କରିବାକୁ ଯାଇଥିଲେ। ଯେଉଁଠି ସେ ଏବଂ ବିନୟ ଭେଲପୁରୀ ଖାଉଥିଲି, ଏହି ସମୟରେ ଜଣେ ବ୍ୟକ୍ତି ଆସି ବିନୟଙ୍କ ଆଡ଼କୁ ଇଙ୍ଗିତ କରି ପ୍ରଶ୍ନ କରିଥିଲେ ସେ ମୁସଲମାନ ନା ହିନ୍ଦୁ ଏହା ପରେ ସେ ଗୁଳି ଚଳାଇଲେ।' ବିନୟ ନରୱାଲ ଜଣେ ଇଞ୍ଜିନିୟରିଂ ସ୍ନାତକ ଥିଲେ ଏବଂ ମାତ୍ର ତିନି ବର୍ଷ ପୂର୍ବରୁ ନୌସେନାରେ ଯୋଗ ଦେଇଥିଲେ। ତାଙ୍କର କେରଳର କୋଚିରେ ପୋଷ୍ଟିଂ ଥିଲା ।












Click it and Unblock the Notifications