Get Updates
Get notified of breaking news, exclusive insights, and must-see stories!

ସାଂସଦ ନବନୀତ ରାଣାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀ ଲୋକ ସଭାର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ ଦିଆଯାଇଛି । ସୋସିଆଲ ମିଡିଆ ହ୍ୱାଟ୍ସଆପ ମେସେଜ୍ ଏବଂ ଅଡିଓ କ୍ଲିପ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି । ଅଡିଓ କ୍ଲିପ୍ ଜରିଆରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ।

ପ୍ରକାଶ ଥାଉକି, ଅଭିଯୋଗ ପରେ ବୁଧବାର ପୋଲିସ ଧାରା ୩୫୪, ୩୫୪ଏ ଡି, ୫୦୬ (୨) ଏବଂ ୬୭ ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଉଲ୍ଲେଖଥାଉ କି, ଏହା ପ୍ରଥମ ଥର ନୁହେଁ, ନବନୀତ୍ ହତ୍ୟା ଧମକ ମିଳିଛି । ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ୨୦୨୩ରେ ଫୋନରେ ଧମକ ଦିଆଯାଇଛି । ଏହା ପରେ ମହାରାଷ୍ଟ୍ର ପୋଲିସ ଭିଠଲ ରା ନାମକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ହନୁମାନ ଚଲିସା ବିବାଦ ହେତୁ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା କିଛି ସମୟ ପୂର୍ବରୁ (୨୦୨୨ ମସିହାରେ) ଖବରର ଶିର୍ଷକୁ ଆସିଥିଲେ । ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ନବନୀତ୍ ରାଣା ମୁମ୍ବାଇରେ ବଢ଼ିଥିଲେ । ୨୦୦୪ ରେ, ତାଙ୍କୁ ଏକ କନ୍ନଡ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ବହୁ ପୂର୍ବରୁ ଇଂରାଜୀ ଖବରକାଗଜ 'ଦି ଇଣ୍ଡିଆନ୍ ଏକ୍ସପ୍ରେସ'କୁ ଦେଇଥିବା ଏକ ସାକ୍ଷାତକାରରେ ନବନୀତ୍ ରାଣା କହିଥିଲେ - ମୁଁ ବିଜୟକାନ୍ତ, ଜୁନିଅର ଏନଟିଆର ଏବଂ ମମୁତି ପରି ଜଣାଶୁଣା ଚଳଚ୍ଚିତ୍ର ଷ୍ଟାର ମାନଙ୍କ ସହିତ କାମ କରିଛି । ମୁଁ ୭ ଟି ଭାଷା ମଧ୍ୟ ଜାଣେ ।

navneet rana

କୁହାଯାଏ ଯେ ଯୋଗଗୁରୁ ବାବା ରାମଦେବଙ୍କୁ ଭେଟିବା ପରେ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା । ସେ ଅମରାବତୀରେ ଯୋଗ ଶିବିରରେ ରବି ରାଣାଙ୍କୁ ଭେଟିଥିଲେ ଏବଂ ରାମଦେବଙ୍କ ଅନୁମତି ପରେ ଉଭୟ ୨୦୧୧ ରେ ବିବାହ କରିଥିଲେ । ନବନୀତ୍ ରବି ରାଣା (୩୮) ଜଣେ ସ୍ନାତକ ଏବଂ ବୃତ୍ତି ଅନୁଯାୟୀ ନିଜକୁ ଜଣେ ସାମାଜିକ କର୍ମୀ ଏବଂ କୃଷକ ଭାବରେ ବର୍ଣ୍ଣନା କରନ୍ତି । ୨୦୧୯ ର ନିର୍ବାଚନ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ସମ୍ପତ୍ତି ୧୨ କୋଟିରୁ ଅଧିକ ହୋଇଥିବାବେଳେ ତାଙ୍କ ବିରୋଧରେ ୧ ମାମଲା ରୁଜୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+