୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (NMIA)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ₹୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଏହା ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ ଯାହା ଏକ ସରକାରୀ-ଘରୋଇ ସହଭାଗୀତା (PPP) ମଡେଲରେ ବିକଶିତ ହୋଇଛି।
ମୁମ୍ବାଇ ମହାନଗରରେ ଦ୍ବିତୀୟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭାବେ ଏନଏମଆଇଏ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ସହିତ ମିଶି କାମ କରିବ । ଏହାଦ୍ବାରା ଛତ୍ରପତି ଶିବାଜୀ ମହାରାଜା ବିମାନବନ୍ଦରରେ ଭିଡ଼ କମ୍ ହେବ ।

୧୧୬୦ ହେକ୍ଟର ଜମିରେ ବିସ୍ତାରିତ ଏହି ନୂତନ ବିମାନବନ୍ଦର ଭାରତର ବିମାନ ଚଳାଚଳ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ । ନବି ମୁମ୍ବାଇରେ ବିମାନ ପରିଚାଳନା ଡିସେମ୍ବର ୨୦୨୫ରୁ ହେବ । ଟିକେଟ ବିକ୍ରି ଅକ୍ଟୋବର ଶେଷ ଆଡକୁ ହେବାର ସମ୍ଭାବନା ରହିଛି । ଆକାଶ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଏଠାରୁ ଉଡ଼ାଣ ଭରିବ ।
ଏହି ବିମାନବନ୍ଦରରେ ଘରୋଇ ଏବଂ ଇଣ୍ଟରନ୍ୟାସନାଲ ଯାତ୍ରୀଙ୍କ ପାଇଁ ଷ୍ଟେଟ ଅଫ ଦ ଆର୍ଟ ସୁବିଧା ରହିଛି । ଏଥିରେ ଲାର୍ଜ କର୍ମସିଆଲ ଏୟାରକ୍ରାଫ୍ଟକୁ ହ୍ୟାଣ୍ଡେଲ କରିବା ପାଇଁ ୩,୭୦୦ ମିଟର ଲମ୍ବା ରନୱେ, ମଡର୍ନ ପାସେଞ୍ଜର ଟର୍ମିନାଲ ଏବଂ ଆଡଭାନ୍ସ ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ ସାମିଲ ରହିଛି ।












Click it and Unblock the Notifications