Navaratri 2023: ଗରବା ଡ୍ୟାନ୍ସ କରି ଗଲାଣି ୧୦ ଜୀବନ, ଜାଣନ୍ତୁ କାରଣ
Navaratri 2023: ନବରାତ୍ରୀ ପାଇଁ ସବୁଠୁ ଉତ୍ସାହର ମାହୋଲ । ମା'ଙ୍କ ଦର୍ଶନ କରିବା ସହ ଭକ୍ତ ମାନେ ଗରବା ଡ୍ୟାନ୍ସରେ ନେଉଛନ୍ତି ମଜା । ହେଲେ ଉତ୍ସବର ମାହୋଲ ଭିତରେ ଆଶ୍ଚର୍ଯ୍ୟ କଲା ଘଟଣା ପ୍ରକାଶ ପାଇଛି । ଗୁଜୁରାଟରୁ ଆସିଛି ଦୁଃଖଦ ଖବର । ରାଜ୍ୟ ଗରବା ନାଚୁ ନାଚୁ ଗୋଟିଏ ଦିନରେ ଗଲାଣି ୧୦ ଜଣଙ୍କ ଜୀବନ । ଯାହା ଏକ ଚିନ୍ତାର ବିଷୟ ପାଲଟିଛି । ମୃତକଙ୍କ ମଧ୍ୟରେ ଛୋଟ ପିଲା, ଯୁବ ଏବଂ ମଧ୍ୟମ ବୟସର ଲୋକ ମଧ୍ୟ ସାମିଲ ଅଛନ୍ତି ।

ମା'ଦୁର୍ଗାଙ୍କ ଆଗମରେ ଗୁଜୁରାଟଙ୍କ ସବୁଠି ଉତ୍ସହାର ମାହୋଲ ଦେଖିବା ପାଇଁ ମିଳେ । ଲୋକେ ରଙ୍ଗ ବେରଙ୍ଗର ଡ୍ରେସ୍ ପିନ୍ଧି ଗରବା ଖେଳିବା ପାଇଁ ପସନ୍ଦ କରନ୍ତି । ଗୁଜରାଟରେ ଗରବା ଡ୍ୟାନ୍ସର ଏକ ସ୍ୱତନ୍ତ୍ର ପରିଚୟ ରହିଥିବାରୁ ବିଭିନ୍ନ ସ୍ଥାନରେ ଗରବା ଖେଳିବା ପାଇଁ ଆୟୋଜନ ମଧ୍ୟ କରାଯାଇଥାଏ । ହେଲେ ଏହି ଖୁସିର ମାହୋଲ ଲାଗିଛି ଗ୍ରହଣ ।
ସୂଚନା ଅନୁସାରେ, ବରୋଦା ଅଞ୍ଚଳର ଜଣେ ୧୩ ବର୍ଷୀୟ ବାଳକ ଗରବା ଡ୍ୟାନ୍ସ କରୁଥିବା ବେଳେ ହୃଦଘାତର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ସେହିପରି ଶୁକ୍ରବାର ଅହମ୍ମଦାବାଦରେ ଜଣେ ୨୪ ବର୍ଷୀୟ ଯୁବକ ଏବଂ କପାଦୱଞ୍ଜର ୧୭ ବର୍ଷୀୟ ବାଳକଙ୍କର ମଧ୍ୟ ସମାନ କାରଣରୁ ମୃତ୍ୟୁ ହୋଇଛି ।
ତେବେ ଏପରି ଘଟଣା ପରେ ସରକରା ଏବଂ ଇଭେଣ୍ଟ ଆୟୋଜକ ସତକର୍ତା ଅବଲମ୍ବନ କରିଛନ୍ତି । ରାଜ୍ୟରେ ସମସ୍ତ ଗରବା ହେଉଥିବା ସ୍ଥାନରେ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ସହ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଗ ରହିବା ପାଇଁ କୁହାଯାଇଛି ।
ସେହିପରି ଗରବା ଆୟୋଜନ ହେଉଥିବା ସ୍ଥାନରେ ଡାକ୍ତର ଏବଂ ସିପିଆର୍ ତାଲିମ ପାଇଥିବା ବ୍ୟକ୍ତିଙ୍କୁ ନିୟୋଜିତ କରାଯିବାର ଯୋଜନା କରାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ହୃତଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସିପିଆର୍ ଦିଆଯିବା ଉଚିତ୍ । ଏହା ହୃତଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟାକୁ ପୁନଃ ସ୍ଥାପିତ କରିବା ପାଇଁ ଦିଆଯାଏ ।
ତେବେ ଏହା ପୂର୍ବରୁ ନବରତ୍ରୀ ଆରମ୍ଭରୁ ମଧ୍ୟ ଗରବା ପାଇଁ ପ୍ରସ୍ତୁତ ହେଉଥିବା ଅଭ୍ୟାସ କରିବା ସମୟରେ ମଧ୍ୟ ୩ ଜଣ ଯୁବକଙ୍କର ମୃତ୍ୟୁ ଖବର ପ୍ରକାଶ ପାଇଥିଲା । ଯାହା ସାଧାରଣରେ ଚିନ୍ତାରେ ବିଷୟ ପାଲଟିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications