ଭାରତକୁ କଡା ଚେତାବନୀ ଦେଲା ନାଟୋ, କହିଲା ଯଦି ଏବେ...
ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ବୁଧବାର ଆମେରିକୀୟ ସେନେଟରମାନଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରୁଟ୍ ବେଜିଂ, ଦିଲ୍ଲୀ ଏବଂ ବ୍ରାସିଆର ନେତାମାନଙ୍କୁ ଶାନ୍ତି ଆଲୋଚନାକୁ ଗମ୍ଭୀରତାର ସହିତ ନେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚାପ ପକାଇବାକୁ ଅନୁରୋଧ କରିଛନ୍ତି ।

ଏନେଇ ରୁଟ କହିଛନ୍ତି, ଯଦି ଆପଣ ଭାରତର ପ୍ରଧାନମନ୍ତ୍ରୀ, ଚୀନର ରାଷ୍ଟ୍ରପତି, କିମ୍ବା ବ୍ରାଜିଲର ରାଷ୍ଟ୍ରପତି...ଆଉ ଆପଣ ରୁଷ ସହିତ ବାଣିଜ୍ୟ ଜାରି ରଖନ୍ତି ଏବଂ ସେମାନଙ୍କର ତେଲ ଏବଂ ଗ୍ୟାସ କିଣନ୍ତି, ତେବେ ଆପଣ ଜାଣିରଖନ୍ତୁ, ଯଦି ମସ୍କୋର ବ୍ୟକ୍ତି ଶାନ୍ତି ଆଲୋଚନାକୁ ଗମ୍ଭୀରତାର ସହିତ ନ ନିଅନ୍ତି, ତେବେ ମୁଁ ୧୦୦ ପ୍ରତିଶତ ଦ୍ୱିତୀୟ କଟକଣା ଲାଗୁ କରିବି । ଏହି ତିନୋଟି ଦେଶକୁ ମୁଁ ଉତ୍ସାହିତ କରୁଛି, ବିଶେଷକରି, ଯଦି ଆପଣ ବର୍ତ୍ତମାନ ବେଜିଂରେ ରହୁଛନ୍ତି, କିମ୍ବା ଦିଲ୍ଲୀରେ ରହୁଛନ୍ତି, କିମ୍ବା ଆପଣ ବ୍ରାଜିଲର ରାଷ୍ଟ୍ରପତି, ତେବେ ଆପଣଙ୍କୁ ଏହା ଉପରେ ନିହାତି ଧ୍ୟନ ଦେବାକୁ ପଡିବ । କାରଣ ଏହା ଆପଣଙ୍କୁ ବହୁତ କଷ୍ଟ ଦେଇପାରେ ବୋଲି କହି ଚେତାଇ ଦେଇଛି ନାଟୋ ।
ଏଥିସହିତ ନୋଟୋ ସେକ୍ରେଟାରୀ ଜେନେରାଲ ରୁଟ୍ ତିନିଟି ଦେଶର ନେତାଙ୍କୁ ଶାନ୍ତି ଆଲୋଚନା ପାଇଁ ସିଧାସଳଖ ପୁଟିନଙ୍କୁ ଅନୁରୋଧ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। କହିଛନ୍ତି, ତେଣୁ ଦୟାକରି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ ତାଙ୍କୁ ଶାନ୍ତି ଆଲୋଚନା ପ୍ରତି ଗମ୍ଭୀର ହେବାକୁ ପଡିବ, ନଚେତ୍ ଏହା ବ୍ରାଜିଲ, ଭାରତ ଏବଂ ଚୀନ୍ ଉପରେ ଏକ ବଡ଼ ପ୍ରଭାବ ପକାଇବ ।












Click it and Unblock the Notifications