ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା, ବାମପନ୍ଥୀ ଦଳର ସମର୍ଥନ

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡ଼ରେସନମାନ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳମାନେ ଯଥା ସିପିଆଇ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ) ଲିବରେସନ ଓ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ଏହି ଧର୍ମଘଟକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ।

tomorrow

ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏଲପିଏଫ୍‌, ୟୁଟିୟୁସି, ସେବା ସମେତ ସ୍ୱାଧୀନ ଫେଡ଼ରେସନମାନଙ୍କ ସଂଯୁକ୍ତ ମୋର୍ଚ୍ଚା ତରଫରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନଡିଏ ସରକାର ତୃତୀୟ ପାଳିରେ କ୍ଷମତାକୁ ଆସିବା ପରେ ଦେଶର ଶ୍ରମିକ, କୃଷକ, ଛାତ୍ର, ଯୁବ, ମହିଳା, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ବୁଦ୍ଧିଜୀବୀଙ୍କ ଉପରେ ଚରମ ଆକ୍ରମଣ କରିଚାଲିଛ୍ୟି ଏହାକୁ ନେଇ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ ପାଇଁ ରାଜରାସ୍ତାକୁ ଓହ୍‌ଲାବେ ।

ଆଜି ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ସଂଘ । ଏହି ଧର୍ମଘଟରୁ ରୋଗୀ ଚିକିତ୍ସା ଆମ୍ବୁଲାନ୍ସ ସେବା, ଜଳ ଯୋଗାଣ, ସମ୍ବାଦ ସରବରାହ ଓ ଫାୟାର ବ୍ରିଗେଡ୍‌ ଜରୁରୀ ସେବାକୁ ବାଦ ଦିଆଯିବ । ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଧର୍ମଘଟ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ (ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସିପିଆଇ ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ ଓ ପୂର୍ବତନ ଏମ୍‌ଏଲଏ ଏନ. ନାରାୟଣ ରେଡି ପ୍ରମୁଖ ଉପସ୍ଥିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+