ଲୋକସଭାରେ ପାରିତ ହେଲା ଜାତୀୟ କ୍ରୀଡ଼ା ବିଲ୍‌

ଲୋକସଭାରେ ପାରିତ ହେଲା ଜାତୀୟ କ୍ରୀଡ଼ା ବିଲ୍‌ ଏବଂ ରାଷ୍ଟ୍ରୀୟ ଡୋପିଂ ନିରୋଧୀ ସଂଶୋଧନ ବିଲ୍‌ । ଏହି ବିଲ୍‌ ଅଧୀନରେ ଏବେ ବିସିସିଆଇ ରହିବ । କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ତଭିୟ ଗତକାଲି ଲୋକସଭାରେ ଏହି ବିଲ୍‌ର ପ୍ରସ୍ତାବ ରଖିଥିଲେ । କ୍ରୀଡ଼ା ଜଗତରେ ଏକ ନୂତନ ରୂପରେଖ ଆଣିବାରେ ଏହି ବିଲ୍‌ଟି ସହାୟକ ହେବ । ଜାତୀୟ କ୍ରୀଡ଼ା ସଂଘ ଗୁଡ଼ିକରେ ପ୍ରଶାସନିକ ସ୍ୱଚ୍ଛତା, କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ବିକାଶ ଓ ବିନା ପ୍ରତାରଣାରେ କିଭଳି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିବେ, ସେସବୁକୁ ଏହି ବିଲ୍‌ରେ ଗୁରୁତ୍ୱ ଦିଆଯାଇଛି ।

National Sports Bill

ଜାତୀୟ କ୍ରୀଡ଼ା ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଖେଳକୁ ସଞ୍ଚାଳନ ଓ ନିୟନ୍ତ୍ରଣ କରିବା । ଏହି ବିଲ୍‌ ପାରିତ ହେବା ପରେ ଜାତୀୟ କ୍ରୀଡ଼ା ବୋର୍ଡ(NSB) ଗଠନ କରାଯିବ । ବିସିସିଆଇ ସମେତ ଅନ୍ୟ ସମସ୍ତ ଖେଳର ମହାସଙ୍ଘ ଉପରେ ଏହା ନଜର ରଖିବ । ଆଗକୁ ୨୦୨୮ ଅଲମ୍ପିକ୍ସରେ କ୍ରିକେଟ ପ୍ରଥମଥର ପାଇଁ ସାମିଲ ହେବାକୁ ଯାଉଛି । ତେଣୁ ବିସିସିଆଇକୁ ଜାତୀୟ ଖେଳ ସଂଘ ଭାବେ ପଞ୍ଜୀକରଣ କରିବାକୁ ପଡ଼ିବ ।

ବିଲ୍‌ରେ କ୍ରୀଡ଼ା ପ୍ରଶାସକମାନଙ୍କର ବୟସ ଓ କାର୍ଯ୍ୟକାଳ ମଧ୍ୟରେ ଅନ୍ତରରେ ପରିବର୍ତ୍ତନ ଅଣାଯାଇଛି । କ୍ରୀଡ଼ା ନୀତି ଅନୁସାରେ କ୍ରୀଡ଼ା ପ୍ରଶାସକଙ୍କର ବୟସସୀମା ୭୦ ରହିଥିଲା । କିନ୍ତୁ ନୂଆ ବିଲ୍‌ରେ ଅନ୍ତର୍ଜାତୀୟ ସଂଘର ନିୟମ ଥିଲେ ଜଣେ ବ୍ୟକ୍ତି ଆଉ ୫ ବର୍ଷ ଅର୍ଥାତ ୭୫ ବର୍ଷ ଯାଏ କାର୍ଯ୍ୟ କରିପାରିବେ । ଜମେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ୩ ଥର ନିର୍ବାଚିତ ହୋଇପାରିବାର ନିୟମ ରହିଛି । କିନ୍ତୁ ୨ଥର ପରେ କୁଲିଂ ପିରିୟଡ ଲାଗୁ ହେବ ଏବଂ ଏହାପେର ଆଉ ଥରେ ନିର୍ବାଚିତ ହୋଇପାରିବେ । ମାତ୍ର ନୂଆ ନିୟମରେ ଜଣେ ଲଗାତାର ୩ଥର ନିର୍ବାଚିତ ହେଇପାରିବେ । ପୂର୍ବରୁ ଜାତୀୟ କ୍ରୀଡ଼ା ସଂଘର ପରିଚାଳନା କମିଟିରେ ମହିଳାମାନେ ରହିବା ବାଧ୍ୟତାମୂଳକ କରାଯାଇନଥିଲା । ମାତ୍ର ନୂଆ ବିଲ୍‌ରେ ୪ ଜଣ ମହିଳା କମିଟିରେ ରହିବା ବାଧ୍ୟତାମୂଳକ । ସେମାନଙ୍କ ମଧ୍ୟରୁ ଦୁଇଜଣ କ୍ରୀଡ଼ାବିତ୍‌ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+