ବଢ଼ିଲା କଂଗ୍ରେସ ନେତାଙ୍କ ଅଡ଼ୁଆ, ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ପତ୍ର ଦାଖଲ କରିଛି। ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗ୍ନେ ଚାର୍ଜସିଟ୍ ଯାଞ୍ଚ କରି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫କୁ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ପତ୍ରରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।
ବିଚାରପତି ନିଜର ଆଦେଶରେ କହିଛନ୍ତି , ' ଉପସ୍ଥାପିତ ପବ୍ଲିକ୍ ପ୍ରସିକ୍ୟୁସନ ଅଭିଯୋଗକୁ ୨୫ ଅପ୍ରେଲରେ ବିଚାର ପାଇଁ ନିଆଯିବ। ସେହି ଦିନ ଇଡିର ସ୍ୱତନ୍ତ୍ର ଓକିଲ ଓ ତଦନ୍ତ ଅଧିକାରୀଙ୍କୁ କେସ୍ ଡାଏରୀ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ ହେବ, ଯାହାକି କୋର୍ଟ ଏହାକୁ ଦେଖି ପାରିବେ। '

ଏହି କେସ୍ରେ ଅଭିଯୋଗ ରହିଛି କି, ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଗାନ୍ଧୀ ପରିବାର ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ୍)ର କୋଟି କୋଟି ସଂପତ୍ତି ଜାଲିଆତି କରି କବଜା କରି ନେଇଛନ୍ତି। ୟଙ୍ଗ ଇଣ୍ଡିଆନରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ୩୮-୩୮ ପ୍ରତିଶତ ଅଂଶଧନ ରହିଛି। ଏଜେଏଲ ସେହି କମ୍ପାନୀ ଯାହା ପୂର୍ବରୁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଥିଲା।
ଇଡି ସଦ୍ୟ ଏହି କେସ୍ ଅନୁସାରେ ୬୬୧ କୋଟି ଟଙ୍କାର ସଂପତ୍ତି ଜବତ କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ଦିଲ୍ଲୀ , ମୁମ୍ୱାଇ ଓ ଲକ୍ଷ୍ନୌ ସ୍ଥିତ ଏହି ପ୍ରପର୍ଟିଜ୍କୁ କବଜାରେ ନେବା ପାଇଁ ସମ୍ୱନ୍ଧିତ ରେଜିଷ୍ଟ୍ରାର୍ସଙ୍କୁ ନୋଟିସ୍ ଜାରି କରାଯାଇ ସାରିଛି।












Click it and Unblock the Notifications