ଆତଙ୍କବାଦ ମୁକାବିଲା ପାଇଁ ଖୁବ୍‌ଶୀଘ୍ର ପ୍ରଣୟନ ହେବ ଜାତୀୟ ଆତଙ୍କବାଦ ନିରୋଧ ନୀତି: ଅମିତ ଶାହା

ଆତଙ୍କବାଦ ମୁକାବିଲା ପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଜାତୀୟ ଆତଙ୍କବାନ୍ଦ ନିରୋଧ ନୀତି ଓ ରଣନୀତି କୌଶଳ ପ୍ରଣୟନ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ଆଜି ନୂଆଦିଲ୍ଲୀରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନ୍‌ଆଇଏ ପକ୍ଷରୁ ଆୟୋଜିତ ୨ ଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ ୨୦୨୪ରେ ଯୋଗଦେଇ ଶାହା କ‌ହିଛନ୍ତି ୨୦୦୬ରୁ ୨୦୧୩ ଏବଂ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଦେଶରେ ଆତଙ୍କବାଦୀ ଘଟଣା ୭୦ ପ୍ରତିଶତ ହ୍ରାସ ପାଇଛି । ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାର ଏକ ଦୃଢ଼ ରଣନୀତି ଅବଲମ୍ବନ କରି ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବା ଲାଗି ସଂକଳ୍ପ ନେଇଛନ୍ତି ।

amit shah

ଏହି ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ସରକାରଙ୍କ ସଂପୂର୍ଣ ମନୋଭାବ ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ଆହୁରି ସମନ୍ବିତ କରିବା ପାଇଁ ମତ ପ୍ରକାଶ ପାଇଛି । ଏହି ସମ୍ମିଳନୀରେ ବରିଷ୍ଠ ପୋଲିସ୍ ଅଧିକାରୀ, କେନ୍ଦ୍ରୀୟ ଏଜେନ୍ସୀ ଅଧୁକାରୀ, ଆଇନ, ଫରେନ୍‌ସିକ୍ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ସାମିଲ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+