Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ନେତାଙ୍କ ସାଂଘାତିକ ଅଭିଯୋଗ ଲଗାଇଲେ ଏହି ନେତା, କହିଲେ ସେ ରଖିଛନ୍ତି.....

ବିଜେପି ମୁଖପାତ୍ର ଅମିତ ମାଲବୀୟ କଂଗ୍ରେସ ଏବଂ କଂଗ୍ରେସ ନେତାଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ ଦାବି କରିଛନ୍ତି ଯେ, କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କ ପାଖରେ ଦୁଇଟି ଭୋଟର ଆଇଡି କାର୍ଡ ରହିଛି । ଯାହାକି ନିୟମର ଉଲ୍ଲଙ୍ଘନ ଅଟେ । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ନୂଆଦିଲ୍ଲୀ ଓ ଜଙ୍ଗପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାର ଫଟୋ ଶେୟାର କରିଥିଲେ। ଏହାକୁ ଶେୟାର କରି ମାଲବ୍ୟ ଦାବି କରିଥିଲେ ଯେ ଶ୍ରୀ ଖେଡା ୨ଟି ସକ୍ରିୟ ଇପିଆଇସି ନମ୍ବର ରଖିଛନ୍ତି।

ସେ କହିଥିଲେ, "ରାହୁଲ ଗାନ୍ଧି ଛାତ ଉପରୁ ଭୋଟ ଚୋରିର ଚିତ୍କାର କରୁଛନ୍ତି। କିନ୍ତୁ ଭାରତର ନାଗରିକ ହେବା ପୂର୍ବରୁ ତାଙ୍କ ମା' ସୋନିଆ ଗାନ୍ଧି ଦେଶର ଭୋଟର ତାଲିକାରେ ନିଜକୁ ସାମିଲ କରିଥିଲେ ବୋଲି ରାହୁଲ ଗାନ୍ଧି ଭୁଲି ଯାଇଛନ୍ତି। ଏବେ ଜଣାପଡ଼ିଛି ଯେ କଂଗ୍ରେସ ମୁଖପାତ୍ର ପବନ ଖେଡା ୨ଟି ଇପିଆଇସି ନମ୍ବର(ଜଙ୍ଗପୁରା ଓ ନୂଆଦିଲ୍ଲୀ) ନିଜ ପାଖରେ ରଖିଛନ୍ତି।

ପବନ ଖେଡା କେମିତି ଦୁଇଟି ସକ୍ରିୟ ଇପିଆଇସି ନମ୍ବର ହାତେଇଲେ ତା'ର ତଦନ୍ତ ଏବେ ନିର୍ବାଚନ କମିଶନ କରନ୍ତୁ। ଏଥିସହ ସେ ଏକାଧିକ ଥର ଭୋଟିଂ କରିଛନ୍ତି କି ନାହିଁ, ତା'ର ମଧ୍ୟ ତଦନ୍ତ ହେବା ଉଚିତ। ଯଦି ଦୁଇଟି ଭୋଟର କାର୍ଡ ରଖିଥିବା ଯଥେଷ୍ଟ ଅପରାଧ ନୁହେଁ, ପବନ ଖେଡା ବିହାରରେ ଉଦ୍ଦେଶ୍ୟମୂଳକ ସାମ୍ବାଦିକ ସମ୍ମିଳନୀ କରି ଭୋଟରଙ୍କୁ ବିଭ୍ରାନ୍ତ କରିବା ଭଳି ଅପରାଧ ଘଟାଇ ଚାଲିଛନ୍ତି। ଭାରତର ନିର୍ବାଚନ ପ୍ରକ୍ରିୟାକୁ ସେ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି।" କଂଗ୍ରେସକୁ ସେ ସର୍ବଉତ୍କୃଷ୍ଟ ଭୋଟ ଚୋର ବୋଲି କହିଛନ୍ତି।

pawan

ପବନ ଖେଡା ଅମିତ ମାଲବୀୟଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ନିର୍ବାଚନ ଆୟୋଗଙ୍କ କାମ ଉପରେ ପ୍ରଶ୍ନ ଉଠାଉଛି । ହେଲେ ତାଙ୍କ ଜାଗାରେ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରୁ କିଏ ଭୋଟ୍ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ କିଏ ଏହି ବିଧାନସଭା କ୍ଷେତ୍ରରୁ ଭୋଟ୍ ଦେଉଛନ୍ତି, ତାର ସିସିଟିଭ୍ ଫୁଟେଜ୍ ଚେକ୍ କରିବାକୁ ପବନ ଖେଡ଼ା ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୨୦୧୬ରୁ ସିଫ୍ଚ ହୋଇସାରିଲେଣି । ନୂଆଦିଲ୍ଲୀ ଆସନରୁ ତାଙ୍କ ନାଁ କାଟିବା ନେଇ ସେ ସମସ୍ତ କାମ କରିଥିଲେ । ହେଲେ ତାଙ୍କ ଜାଗାରେ ଏବେ କିଏ ସେଠାରୁ ଭୋଟ୍ ଦେଉଛି ବୋଲି ପବନ ଖେଡ଼ା ପ୍ରଶ୍ନ ଉଠାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+