ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଇତିହାସ ରଚିବ ଭାରତ; କିଛି ସମୟ ପରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ଜହ୍ନ ରାଇଜକୁ ଭାରତର ସନ୍ଦେଶ ନେଇ ଯିବ ଚନ୍ଦ୍ରଯାନ। ଭାରତ ଆହୁରି ଅଗ୍ରଗତି ହେବ। ସଫଳତାର ସୁନା ଇତିହାସ ଲେଖିବ ଭାରତ। ସାରା ବିଶ୍ବ କରିବ ଭାରତର ଜୟ ଜୟ କାର। ଆଉ କିଛି ସମୟ ଅପେକ୍ଷା ଲେଖାଯିବା ନୂଆ ଇତିହାସ। ଅନ୍ଧେପ୍ରଦେଶର ଶ୍ରୀହରିକୋଟ ସ୍ଥିତ ସତୀଶ ଧୱନ୍ ସ୍ପେଶ୍ ସେଣ୍ଟରରୁ ଦ୍ୱିପହର ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଲଞ୍ଚ କରିବ ଭାରତ । ଏହାର ଲ୍ୟାଣ୍ଡର, ରୋବର ଓ ପ୍ରୋପଲ୍ସନ୍ ମଡ୍ୟୁଲକୁ ମିଶାଇ ୬ଟି ପ୍ଲୋଡ୍ସ ଯାଉଛି ।

୧୪ ଜୁଲାଇ ୨୦୨୩ ଭାରତର ଅନ୍ତରୀକ୍ଷ ଅଭିଯାନରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି। ଆମର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ -୩ ଏହାର ଯାତ୍ରା ଆରମ୍ଭ କରିବ। ଏହି ଉଲ୍ଲେଖନୀୟ ମିଶନ ଆମ ଦେଶର ଆଶା ଏବଂ ସ୍ୱପ୍ନକୁ ବହନ କରିବ ବୋଲି ସେ ଲେଖିଛନ୍ତି।

 CHANDRAYAAN 3

ଅଗଷ୍ଟ ୨୩-୨୪ ରେ, ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ବିକ୍ରମ ଲାଣ୍ଡରର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ କରାଯିବ , ତେବେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇ ଦକ୍ଷିଣ ମେରୁରେ ପହଞ୍ଚିବ। ଏଥି ସହ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି।

ଆଗାମୀ ୧୪ ଦିନ ରୋଭର୍‌ ଲ୍ୟାଣ୍ଡର୍‌ର ଚାରିପଟେ ୩୬୦ ଡିଗ୍ରୀରେ ଘୂରି ପରୀକ୍ଷା କରିବ । ରୋଭର୍‌ ଚାଲିବା ଦ୍ୱାରା ଚକ ଦ୍ୱାରା ଯେଉଁ ଚିହ୍ନ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହେବ, ତାହାର ଫଟୋ ମଧ୍ୟ ଲ୍ୟାଣ୍ଡର୍‌ ପଠାଇବ । ଭାରତ ଚନ୍ଦ୍ରରେ ଜାତୀୟ ପତାକା ଉଡ଼ାଇବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର l ହେବ । ସେହିଭଳି ଦକ୍ଷିଣ ମେରୁ ପାଖରେ ପହଞ୍ଚିବାରେ ପ୍ରଥମ ଦେଶ ହେବ ।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ମହାକାଶ ବୈଜ୍ଞାନିକ ଜି ମାଧବନ ନାୟର କହିଛନ୍ତି, ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପାଇଁ ଚନ୍ଦ୍ରଯାନ-୩ ମିଶନକୁ ସବୁ ଦିଗରୁ ସଫଳ ହେବାକୁ ପଡ଼ିବ । ତେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ କରିବା ଜଟିଳ ବ୍ୟାପାର ବୋଲି ସେ ଦର୍ଶାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+