ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ। ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ସ୍ବାଧୀନତା ପରେ ୫୬୨ଟି ଗଡ଼ଜାତ ରାଜ୍ୟର ଏକୀକରଣରେ ସେ ଐତିହାସିକ ଭୂମିକା ଗ୍ରହଣ କରିଥିଲେ ଏବଂ ସ୍ବାଧୀନ ଭାରତର ଏକତାର ମୂଳଦୁଆ ସ୍ଥାପନ କରିଥିଲେ।

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''କଂଗ୍ରେସ କେବଳ ବ୍ରିଟିଶଙ୍କଠାରୁ ତାର ଦଳ ଏବଂ କ୍ଷମତା ପାଇନଥିଲା, ବରଂ ଗୁଲାମି ମାନସିକତାକୁ ମଧ୍ୟ ଆତ୍ମସାତ କରିଥିଲା । କିଛି ଦିନ ପରେ, ଆମ ଜାତୀୟ ଗୀତ 'ବନ୍ଦେ ମାତରମ୍', ୧୫୦ତମ ବାର୍ଷିକୀ ପାଳନ କରିବ । ୧୯୦୫ରେ ବ୍ରିଟିଶମାନେ ବଙ୍ଗଳାକୁ ବିଭାଜନ କରିଥିଲେ, ସେତେବେଳେ ବନ୍ଦେ ମାତରମ୍ ପ୍ରତିବାଦରେ ପ୍ରତ୍ୟେକ ନାଗରିକଙ୍କ ସ୍ୱର ପାଲଟିଥିଲା । 'ବନ୍ଦେ ମାତରମ୍' ଦେଶର ଏକତା ଏବଂ ଏକଜୁଟତାର ସ୍ୱର ପାଲଟିଥିଲା । ବ୍ରିଟିଶମାନେ ବନ୍ଦେ ମାତରମ୍ କହିବାକୁ ବ୍ୟାନ କରିବାକୁ ଚେଷ୍ଟା କରିଥିଲା ହେଲେ ସଫଳ ହୋଇନଥିଲା । ବନ୍ଦେ ମାତରମ୍ ଗୀନ ଭାରତର ପ୍ରତ୍ୟେକ କୋଣରେ ପ୍ରତିଧ୍ୱନିତ ହୋଇ ଚାଲିଛି । କିନ୍ତୁ ବ୍ରିଟିଶମାନେ ଯାହା କରିବାରେ ବିଫଳ ହୋଇଥିଲେ, କଂଗ୍ରେସ ତାହା କରିଛି । କଂଗ୍ରେସ ଧାର୍ମିକ ଆଧାରରେ ବନ୍ଦେ ମାତରମ୍ର ଏକ ଅଂଶକୁ ହଟାଇ ଦେଇଥିଲା । କଂଗ୍ରେସ ସମାଜକୁ ବିଭାଜିତ କରିଛି ଏବଂ ବ୍ରିଟିଶ ଏଜେଣ୍ଡାକୁ ଆଗକୁ ବଢାଇଛି । ଯେଉଁଦିନ କଂଗ୍ରେସ 'ବନ୍ଦେ ମାତରମ୍' ଭାଙ୍ଗିବା, ବିଭାଜନ କରିବାକୁ ନିଷ୍ପତ୍ତି ନେଇଥିଲା, ସେହି ଦିନ ଭାରତର ବିଭାଜନର ମୂଳଦୁଆ ପକାଇଥିଲା । ଯଦି କଂଗ୍ରେସ ସେହି ପାପ କରିନଥାନ୍ତା, ତେବେ ଆଜି ଭାରତର ଚିତ୍ର ଭିନ୍ନ ହୋଇଥାନ୍ତା । ଆମେ ମୁଲାୟମ ଏବଂ ପ୍ରଣବଙ୍କୁ ସମ୍ମାନ ଦେଇଛୁ ହେଲେ କଂଗ୍ରେସ ଆମ୍ବେଦକରଙ୍କୁ ଅସମ୍ମାନ କରିଛି "
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ମୁଁ ଲାଲକିଲ୍ଲାରୁ ଡେମୋଗ୍ରାଫି ମିଶନ ଘୋଷଣା କରିଥିଲି। କିନ୍ତୁ ଆଜି, ଯେତେବେଳେ ଆମେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଉଛୁ, କିଛି ଲୋକ ଜାତୀୟ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେମାନେ ଅନୁପ୍ରବେଶକାରୀଙ୍କ ଅଧିକାର ସୁରକ୍ଷିତ କରିବା ପାଇଁ ଏକ ରାଜନୈତିକ ଯୁଦ୍ଧ କରୁଛନ୍ତି । କଂଗ୍ରେସ ପାଇଁ ଜାମ୍ମୁକାଶ୍ମୀରର କିଛି ଅଂଶ ପାକିସ୍ତାନ କବଜାକୁ ଯାଇଛି । ଆଜି କାଶ୍ମୀର ଧାରା ୩୭୦କୁ ଭାଙ୍ଗି ସମ୍ପୂର୍ଣ୍ଣ ରୂପେ ମୁଖ୍ୟ ଧାରାରେ ଯୋଡ଼ି ହୋଇଛି । ଆଜି ପାକିସ୍ତାନ ଓ ଆତଙ୍କବାଦର ମାଷ୍ଟରମାଇଣ୍ଡଙ୍କୁ ଜଣାଅଛି କି ଭାରତର ଅସଲ ଶକ୍ତି କଣ ? ଅପରେସନ୍ ସିନ୍ଦୂରରେ ପୁରା ଦୁନିଆ ଦେଖିଲା ଆଜି ଯଦି କିଏ ଭାରତ ଉପରେ ଆଖି ପକାଇବ ତେବେ ସେ ଘରେ ପଶି ମାରିବ । ସବୁବେଳେ ଭାରତର ଜବାବ ପୂର୍ବପେକ୍ଷା ବଡ଼ ଏବଂ ନିର୍ଣ୍ଣାୟକ । ଭାରତର ଶତ୍ରୁଙ୍କ ପାଇଁ ଏହା ସନ୍ଦେଶ କି ଏହା ଲୌହ ପୁରୁଷ ସର୍ଦ୍ଦାର ପଟେଲଙ୍କ ଦେଶ । ସୁରକ୍ଷା ଓ ସମ୍ମାନ ପାଇଁ କେବେ ବୁଝାମଣା କରିବ ନାହିଁ । ଆଜି, ଆମ ଦେଶର ଏକତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅନୁପ୍ରବେଶକାରୀଙ୍କଠାରୁ ଏକ ଗମ୍ଭୀର ବିପଦର ସମ୍ମୁଖୀନ ହେଉଛି ।












Click it and Unblock the Notifications