ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ, ପୁଣି ଚନ୍ଦ୍ରକୁ ଯିବ ମଣିଷ

ଚନ୍ଦ୍ର ଅଭିମୁଖେ ନାସାର ଚାରି ମହାକାଶଚାରୀ! । ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ । ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର 'ଆର୍ଟେମିସ୍-୨' ମିଶନ । ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା' ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୯୭୨ ମସିହାର 'ଆପୋଲୋ-୧୭' ପରେ ଏହା ହେବ ମଣିଷକୁ ନେଇ ଚନ୍ଦ୍ରକୁ ଯାଉଥିବା ପ୍ରଥମ ମିଶନ। ଏହି ମିଶନରେ ୪ ଜଣ ମହାକାଶଚାରୀ ଯାଉଛନ୍ତି । ସେମାନେ ହେଲେ ରୀଡ୍ ୱାଇଜମ୍ୟାନ୍, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହାନସେନ୍ । କ୍ରିଷ୍ଟିନା କୋଚ୍ ଚନ୍ଦ୍ରକୁ ଯାଉଥିବା ବିଶ୍ୱର ପ୍ରଥମ ମହିଳା ହେବେ ।

NASA

ସେହିପରି ଜେରେମି ହାନସେନ୍ ହେବେ ପ୍ରଥମ କାନାଡିୟ ମହାକାଶଚାରୀ । ଏହି ଯାତ୍ରା ୧୦ ଦିନିଆ ହେବ । ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ନାସାର ନୂଆ 'ଓରିଅନ୍' (Orion) ମହାକାଶଯାନର ପରୀକ୍ଷା କରିବେ । ଏହି ଯାତ୍ରାରେ ମହାକାଶଚାରୀମାନେ ପୃଥିବୀଠାରୁ ପ୍ରାୟ ୨ ଲକ୍ଷ ୩୦ ହଜାର ୦୦୦ ମାଇଲ୍ ଦୂରକୁ ଯିବେ । ଯାହା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ଆର୍ଟେମିସ୍-୨ ସଫଳ ହେବା ପରେ, ନାସା ୨୦୨୭ ମସିହାରେ 'ଆର୍ଟେମିସ୍-୩' ମିଶନ ପଠାଇବ । ସେହି ମିଶନରେ ମହାକାଶଚାରୀ ମାନେ ପ୍ରକୃତରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+