ମହାକାଶଚାରୀଙ୍କୁ ଇମର୍ଜେନ୍ସି ଇଭାକ୍ୟୁଏସନ କରିବ ନାସା

ମହାକାଶରେ ମେଡିକାଲ ଇମର୍ଜେନ୍ସି । କାଲି ସକାଳେ ଚାରି ମହାକାଶଚାରୀଙ୍କୁ ଇମର୍ଜେନ୍ସି ଇଭାକ୍ୟୁଏସନ କରିବ ନାସା । କ୍ରିଉ ୧୧ ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିବା ଚାରି ଜଣ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ନାସା । ଗତ ସପ୍ତାହରେ ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା । ତେଣୁ ପ୍ରସ୍ତାବିତ ସ୍ପେଶୱାକ୍ ବାତିଲ କରିଥିଲା ନାସା ।

NASA

ଜଟିଳ ରୋଗର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସମସ୍ତ ୪ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ନାସା । ପାଗ ଅନୁକୂଳ ହେବା ପରେ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ନାସା । ଆଜି ମହାକାଶଚାରୀଙ୍କୁ ଫେରାଇ ଆଣୁଥିବା ଏଣ୍ଡେଭର ସ୍ପେଶ କ୍ରାଫ୍ଟ ଅନଡକିଂ କରିବ । କାଲି ସେମାନେ କାଲିଫର୍ଣ୍ଣିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାଶ୍ ଡାଉନ କରିବେ । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ସ୍ଥାପନ ହେବାର ୨୫ ବର୍ଷର ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ହୋଇଛି । ଚାରି ମହାକାଶଚାରୀ ଫେରିବା ପରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ୩ ଜଣ ଆଷ୍ଟ୍ରୋନଟ ରହିବେ । କ୍ରିଉ ୧୨ ମିଶନ ଲଂଚ ହେବା ପରେ ଅନ୍ୟ ମହାକାଶଚାରୀମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+