PM Modi Oath Ceremony: ଆଜି ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି
Modi Oath Ceremony: ଆଜି ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟା ୧୫ ମିନିଟରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ।

ରବିବାର ସରକାର ଗଠନ କରିବାକୁ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କରିଥିଲେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ଦେଶର ମୁଖ୍ୟ ଯୋଗଦେବେ। ଯେଉଁଥି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଦିଲ୍ଲୀକୁ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି। ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସର ନଜର ରହିବ। ରାଷ୍ଟ୍ରପତି ଭବନଙ୍କ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି।
ସୂଚନାଥାଉ ଯେ, ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଭୁଟାନ, ନେପାଳ, ମରିସସ୍ ଏବଂ ସେଚେଲ୍ସର ପ୍ରମୁଖ ନେତାମାନେ ଯୋଗଦେବା ନେଇ ସୂଚନା ରହିଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ, ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନାଥ ଏବଂ ସେଚେଲ୍ସ ରାଷ୍ଟ୍ରପତି ୱେଭେଲ ରାମଖେଲାୱାନଙ୍କୁ ନିମନ୍ତ୍ରଣ କରାଯାଇଛି ।












Click it and Unblock the Notifications