ଅରବିନ୍ଦର ସିଂ ଲଭଲିଙ୍କ ପ୍ରତିକ୍ରିୟା, କହିଲେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ
ନୂଆଦିଲ୍ଲୀ: ଭୋଟ୍ ଦେଉଛି ଭାରତ । ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଭୋଟିଂ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଚାଲିଛି । ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟ ।ର୍ ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ ।
ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ମତଦାନ ଚାଲିଥିବା ଭିତରେ ବିଜେପି ନେତା ଅରବିନ୍ଦର ସିଂ ଲଭଲି କହିଛନ୍ତି ଯେ ମୁଁ ଗଣତନ୍ତ୍ରର ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରୁଛି ।

ପିଏମ ମୋଦୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ମନରେ ଯେଉଁଭଳି ଉତ୍ସାହ ଭରି ରହିଛି ମୁଁ ଏହା ପୂର୍ବରୁ ଦେଖି ନାହିଁ । ଦେଶର ବିକାଶ ପାଇଁ ଲୋକମାନେ ଭୋଟ୍ ଦେଉଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଦିଲ୍ଲୀ ଏବଂ କଂଗ୍ରେସ ପାଖରେ କୌଣସି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ନାହିଁ, ଉଭୟଙ୍କର ନିଜସ୍ୱ ଏବଂ ବିରୋଧୀ ମନୋଭାବ ରହିଛି ।












Click it and Unblock the Notifications